fbpx

ସ୍ୱାମୀ କରୁଛି ଦ୍ୱିତୀୟ ବିବାହ, ପୋଲିସ ରଖୁନାହିଁ ଅଭିଯୋଗ: ଦେଖନ୍ତୁ କଣ କହୁଛନ୍ତି ମହିଳା (VIDEO)

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରେମ କରି ବିବାହ କରିଥିଲେ । ହେଲେ ଝିଅ ଜନ୍ମ ହେବା ପରେ ସବୁ ପ୍ରେମ କୁଆଡେ ଉଭାନ ହେଇଗଲା । ଆରମ୍ଭ ହେଲା ନିର୍ଯାତନା । କେବଳ ସ୍ୱାମୀ ନୁହେଁ ଶାଶୁ ଘର ଲୋକ ମଧ୍ୟ ନିର୍ଯାତନା ଦେବା ଆରମ୍ଭ କଲେ । ଆଉ ଏବେ ସ୍ୱାମୀ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିବା ବେଳେ ଥାନାରେ ମଧ୍ୟ ଅଭିଯୋଗ ରଖୁନାହିଁ । ଏମିତି କିଛି ଅଭିଯୋଗ ନେଇ ଟାଙ୍ଗୀର ଜନୈକ ମହିଳା ନିଜର ଦୁôଃଖ କାହାଣୀ ଶୁଣାଇଛନ୍ତି ।

ଟାଙ୍ଗୀର ଏହି ମହିଳା ଜଣକ ପ୍ରେମ କରି ଘରୁ ପଳାଇ ଯାଇ ବିବାହ କରିଥିଲେ । ବିବାହର ୩ ବର୍ଷ ଯାଏଁ ମହିଳାଙ୍କୁ ତାଙ୍କ ବାପ ଘରକୁ ଛାଡିନଥିଲେ । ଜାତି ପ୍ରଥା ସହିତ ଜାତକର ଦ୍ୱାହି ଦେଇ ୩ ବର୍ଷ ଅଟକ ରଖାଯାଇଥିଲା । ଏପରିକି ପ୍ରସବ ସମୟରେ ତାଙ୍କ ମାଙ୍କୁ ମଧ୍ୟ ଭେଟିବାକୁ ଦିଆଯାଇନଥିଲା । ଝିଅ ଜନ୍ମ ପରେ ଦୋଷ ଲଦିବା ସହିତ ନିର୍ଯାତନା ଆରମ୍ଭ ହୋଇଥିଲା । ଶାଶୁଙ୍କ ମାଡରେ ମୁଣ୍ଡ ଫାଟିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଉଭୟ ଗ୍ରାମର ସରପଞ୍ଚ ଓ ଅନ୍ୟାନ୍ୟ ମୁରବୀ ଶ୍ରେଣୀୟ ଲୋକଙ୍କ ଦ୍ୱାରା ଘଟଣାର ସମାଧାନ ପାଇଁ ପ୍ରୟାସ କରାଯାଇଥିଲା । ତେବେ ବର୍ତ୍ତମାନ ଯୁବକ ଜଣଙ୍କ ଆଉ ଏକ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୋଲିସ କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହିଁ । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.