fbpx

ନରମିଲେ ଆନ୍ଧ୍ର ସରକାର: ଦ୍ୱାଦଶ ପରୀକ୍ଷା ବାତିଲ

ନୂଆଦିଲ୍ଲୀ(ଓଡିଶା ଭାସ୍କର): ସୁପ୍ରିମକୋର୍ଟଙ୍କ ତାଗିଦା ପରେ ଆନ୍ଧ୍ର ସରକାର କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିଛନ୍ତି । ଶୁକ୍ରବାର ସୁପ୍ରିମକୋର୍ଟଙ୍କ ତାଗିଦ ପରେ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ର ସରକାର । କରୋନା କଟକଣା ସହିତ ସାମାଜିକ ଦୂରତ୍ୱ ନିୟମକୁ ଦୃଷ୍ଟିରେ ରଖି ପରୀକ୍ଷା ଆୟୋଜନ କରିବା ପାଇଁ ଆନ୍ଧ୍ର ସରକାର ଦାବି କରିଥିଲେ । ଉପଯୁକ୍ତ ଭିତ୍ତିଭୂମି ନଥାଇ ପରୀକ୍ଷା କରି ପିଲାଙ୍କ ଜୀବନକୁ ବିପଦରେ ପକାଇବାକୁ ଯାଉଥିବାରୁ ଆନ୍ଧ୍ର ସରକାରଙ୍କୁ ସମାଲୋଚନା କରିଥିଲେ ସୁପ୍ରିମକୋର୍ଟ । ଏହା ସହିତ ଜଣେ ବି ପିଲାଙ୍କ ପ୍ରାଣହାନି ହେଲେ ଆନ୍ଧ୍ର ସରକାର ଦାୟୀ ରହିବେ ବୋଲି ରୋକଠୋକ ଶୁଣାଇଥିଲେ ସୁପ୍ରିମକୋର୍ଟ । ସୁପ୍ରିମ୍କୋର୍ଟଙ୍କ ତାଗିଦ ପରେ ପରୀକ୍ଷାକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ ସରକାର ।

ଶୁକ୍ରବାର ସକାଳୁ ଶୁଣାଣି ସମୟରେ ଗୋଟିଏ ଘରେ ୧୫-୨୦ ଛାତ୍ରଛାତ୍ରୀଙ୍କୁ ନେଇ ପରୀକ୍ଷା କରାଯାଇ ପାରିବ ବୋଲି ଆନ୍ଧ୍ର ସରକାର କହିଥିଲେ । ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ରହିଛି କି ନାହିଁ ବୋଲି କୋର୍ଟ ପ୍ରଶ୍ନ ଉଠାଇଥିଲେ । ରାଜ୍ୟରେ ଶିକ୍ଷକଙ୍କ ସଂଖ୍ୟା ମଧ୍ୟ ପର୍ଯ୍ୟାପ୍ତ ନାହିଁ । ଏଭଳି ପରସ୍ଥିତିରେ ଆପଣ କିଭଳି ସୂଚାରୂୂ ଭାବରେ ପରୀକ୍ଷା ପରିଚାଳନା କରିବେ ବୋଲି କୋର୍ଟ ପ୍ରଶ୍ନ କରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସୁରକ୍ଷା କଲେ ପରୀକ୍ଷା କରାଅ ନଚେତ୍ ପରସ୍ଥିତି ପାଇଁ ଆପଣ ଦାୟୀ ରହିବେ ବୋଲି କୋର୍ଟ ମତ ଦେଇଥିଲେ ।

Get real time updates directly on you device, subscribe now.