fbpx

୧୨ ବର୍ଷର ନାବାଳିକାକୁ ମାରିବା ପରେ ଗଛରେ ଟାଙ୍ଗିଦେଇ ଚାଲିଗଲେ ଦୁର୍ବୃତ୍ତ, ଦୁଷ୍କର୍ମ ହୋଇଥିବା ସନ୍ଦେହ

ଭିଦିଶା: ଗୋଟିଏ ୧୨ ବର୍ଷର ନାବାଳିକାକୁ ଜଙ୍ଗଲ ଭିତରେ ମାରିବା ପରେ ଗଛରେ ଓଢ଼ଣୀ ଦ୍ୱାରା ଟାଙ୍ଗି ଦେଇ ଚାଲିଗଲେ ଦୁର୍ବୃତ୍ତ । ଏହିଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ଭିଦିଶା ଜିଲ୍ଲାରେ । ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇ ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଏହି ମାମଲାରେ ଉକ୍ତ ଗାର ଜଣେ ଯୁବକଙ୍କ ପଚରାଉଚରା କରାଯାଉଛି ।

ପୋଲିସ୍ ର କହିବା ଅନୁଯାୟୀ, ନାବାଳିକା ଜଣକ ସକାଳ ୧୧ ଟା ପର୍ଯ୍ୟନ୍ତ ଘରେ ଥିଲେ । ଏହାପରେ ନିଜ ବାପାଙ୍କୁ କହିଥିଲେ ଯେ, ମାଆଙ୍କ ସହ ଜଙ୍ଗଲକୁ ଯାଉଛନ୍ତି । କିନ୍ତୁ ଏହି ମାମଲାରେ ପୀଡ଼ିତାଙ୍କ ମାଆ କହିଛନ୍ତି ଯେ, ସେ ଜାଣିନାହାନ୍ତି ଯେ, କେତେବେଳେ ଝିଅ ତାଙ୍କ ପଛେ ପଛେ ଜଙ୍ଗଲକୁ ଯାଇଛି । ଜଙ୍ଗଲରୁ ଫେରିବା ପରେ ମାଆ କହିଛନ୍ତି, ସେ କିଛି ବି ଜାଣିନାହାନ୍ତି ଝିଅ ବିଷୟରେ ।

ପରିବାର ଲୋକଙ୍କର ଚିନ୍ତା ହେବାରୁ ସେମାନେ ଖୋଜାଖୋଜି କରିଥିଲେ । କିନ୍ତୁ ପାଇନଥିଲେ । ଏହାପରେ ଗାଁ ଲୋକ ମାନେ ଖୋଜାଖୋଜି ଆରମ୍ଭ କରିଥିଲେ । କିଛି ଘଣ୍ଟା ପରେ ନାବାଳିକାଙ୍କ ମୃତଦେହ ଜଙ୍ଗଲର ଏକ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ଗଛରେ ଏକ ଓଢ଼ଣୀ ଦ୍ୱାରା ପୀଡ଼ିତାଙ୍କୁ ବନ୍ଧା ଯାଇଥିବା ଦେଖିବାକୁ ପାଇଥିଲେ ଗାଁ ଲୋକେ । ପୀଡ଼ିତାଙ୍କ ବେକ ବ୍ୟତୀତ ହାତକୁ ବି ବନ୍ଧା ଯାଇଥିଲା ।

ତେବେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିଛି ଏବଂ ତଦନ୍ତ ଆରମ୍ଭ କରିଛି । ଏହି ମାମଲାରେ ଉକ୍ତ ଗାଁର ଜଣେ ଯୁବକଙ୍କୁ ଧରି ପଚରାଉଚରା କରାଯାଉଛି । ଏଥିସହିତ ମୃତ ଦେହକୁ ପୋଷ୍ଟମଟମ୍ ପାଇଁ ପଠାଯାଇଛି । ନାବାଳିକାଙ୍କ ସହିତ ଗଣଦୁଷ୍କର୍ମ ହୋଇଥିବା ମଧ୍ୟ ପୋଲିସ୍ ସନ୍ଦେହ କରୁଛି । କାରଣ ଜଣେ ବ୍ୟକ୍ତିକୁ ମାରି ଗଛରେ ଟାଙ୍ଗିବା କାମ କୌଣସି ଜଣେ ଲୋକ ଦ୍ୱାରା ହୋଇପାରିବ ନାହିଁ । ଏଥିରେ ଏକରୁ ଅଧିକ ଲୋକ ସାମିଲ ଥିବା ପୋଲିସ୍ ସନ୍ଦେହ କରୁଛି ।

Get real time updates directly on you device, subscribe now.