fbpx

୧୨ ଶହ ଛାତ୍ରଙ୍କୁ ଖାଦ୍ୟରେ ଦିଆଯାଇଛି ବିଷ! ହିଜାବ ବିରୋଧୀ ଆନ୍ଦୋଳନକୁ ନେଇ ସାମ୍ନାକୁ ଆସିଲା ବଡ଼ ତଥ୍ୟ

ନୂଆଦିଲ୍ଲୀ: ଇରାନରେ ଦେଖାଦେଇଥିବା ହିଜାବ ବିରୋଧୀ ଆନ୍ଦୋଳନକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ସରକାର ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିବା ୧୨ଶହ ଛାତ୍ରଙ୍କୁ ଖାଦ୍ୟରେ ବିଷ ଦିଆଯାଇଥିଲା । ଏହାପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଗତ ୪ ତାରିଖରେ ଇରାନ ସରକାର ନୈତିକତା ପୋଲିସ ନିୟମକୁ ରଦ୍ଦ କରିଥିଲେ । ତେବେ ଏହାପରେ ପୁଣି ଏକ ରିପୋର୍ଟକୁ ନେଇ ହଙ୍ଗାମା ଆରମ୍ଭ ହୋଇଛି ।

ଇରାନ ଜାତୀୟ ଛାତ୍ର ସଂଘର ମତ ଅନୁଯାୟୀ, ଅତିକମରେ ୧୨ ଶହ ଛାତ୍ରଙ୍କୁ ବିଷାକ୍ତ ଖାଦ୍ୟ ପ୍ରଦାନ କରାଯାଇଛି । ଏହାଦ୍ୱାରା ଛାତ୍ରମାନଙ୍କର ଫୁଡ୍ ପଏଜନିଂ ହେବା ସହିତ ସମ୍ପୂର୍ଣ୍ଣ ଶରୀରରେ ଯନ୍ତ୍ରଣା ହୋଇଥିଲା । ଏପରିକି କିଛି ଛାତ୍ର ବେହୋସ୍ ହୋଇଯାଇଥିଲେ । ତେବେ ଛାତ୍ରମାନଙ୍କର ମୃତ୍ୟୁ ଜଳସମ୍ବନ୍ଧୀୟ ବ୍ୟାକ୍ଟେରିଆ କାରଣରୁ ହୋଇଥିବା କୁହାଯାଇଛି ।

ଗତ ଦୁଇ ମାସ ଧରି ଇରାନ ସହିତ ଅନ୍ୟ କିଛି ଦେଶରେ ଇସଲାମିକ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ୨୨ ବର୍ଷୀୟ ମହସା ଅମୀନୀଙ୍କୁ ଡ୍ରେସ କୋଡ ନିୟମ ଉଲ୍ଲଂଘନ ମାମଲାରେ ପୋଲିସ ଗିରଫ କରିଥିଲା । ପରବର୍ତ୍ତୀ ସମୟରେ ମହସାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ବଡ଼ଧରଣର ହିଜାବ ବିରୋଧୀ ଆନ୍ଦୋଳନ ଦେଖାଦେଇଥିଲା । ତେବେ ଏହି ଆନ୍ଦୋଳନରେ ବର୍ତ୍ତମାନ ସୁଦ୍ଧା ୪୫୦ ଜଣ ଲୋକ ମୃତ୍ୟୁବରଣ କରିଥିବା କୁହାଯାଉଛି ।

Get real time updates directly on you device, subscribe now.