fbpx

ଉତ୍ତରକୋରିଆ ସରକାରଙ୍କ ଭୟଙ୍କର ଦଣ୍ଡ; ‘କେ-ଡ୍ରାମା’ ଦେଖିବାରୁ ୨ ହାଇସ୍କୁଲ ଛାତ୍ରଙ୍କୁ ହତ୍ୟା

ନୂଆଦିଲ୍ଲୀ: ଉତ୍ତର କୋରିଆ ଏକଛତ୍ରବାଦ ଶାସକ କିମ୍ ଓନ୍ ଜଙ୍ଗ ନିଜର ଏକଛତ୍ରବାଦ ଶାସନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ପରମାଣୁ ପରୀକ୍ଷଣକୁ ନେଇ ସେ ଚର୍ଚ୍ଚାରେ ରୁହନ୍ତି ତ ଆଉ କେତେବେଳେ କଠୋର ଆଇନ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଲାଗି ରୁହେ । କିନ୍ତୁ ବର୍ତ୍ତମାନ କିମ୍ ଓନ୍ ଜଙ୍ଗ କଠୋର ଆଇନ ବ୍ୟବସ୍ତାର ସବୁ ସୀମାକୁ ଟପି ଯାଇଛନ୍ତି । ଯାହାର ପରିଣାମ ସ୍ୱରୂପ ସେ ଦୁଇଜଣ ହାଇସ୍କୁଲ ଛାତ୍ରଙ୍କୁ ଭୟଙ୍କର ମୃତ୍ୟୁଦଣ୍ଡ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଦୁଇଜଣ ଉତ୍ତରକୋରିଆର ଏକଛତ୍ରବାଦ ଶାସକ କିମ୍ ଓନ୍ ଜଙ୍ଗ ଦେଶର ଦୁଇଜଣ ହାଇସ୍କୁଲ ଛାତ୍ର ଦକ୍ଷିଣ କୋରିଆନ ଓ ଆମେରିକୀୟ ସିନେମା ଦେଖିବା ଅଭିଯୋଗରେ ତାଙ୍କୁ ହତ୍ୟା କରିଛନ୍ତି । ତେବେ ଉତ୍ତର କୋରିଆର ଗଣମାଧ୍ୟମ ଇଣ୍ଡିପେଣ୍ଡେଣ୍ଟର ରିପୋର୍ଟ ଅନୁଯାୟୀ, ଏହି ଛାତ୍ର ଦୁଇଜଣ ଉତ୍ତରକୋରିଆର ରୟାଂଗାଙ୍ଗରେ ଭେଟ ହୋଇଥିଲେ । ଏହାପରେ ଉଭୟ ଅନେକଗୁଡିଏ ଦକ୍ଷିଣ କୋରିଆନ ଓ ଆମେରିକୀୟ ଡ୍ରାମା ଦେଖିଥିଲେ । ଯାହାଫଳରେ ତାଙ୍କୁ ଏପରି ଏକ ଭୟଙ୍କର ଦଣ୍ଡ ମିଳିଛି ।

ତେବେ ଉତ୍ତର କୋରିଆରେ ଆମେରିକୀୟ ଏବଂ ଦକ୍ଷିଣ କୋରିଆ ନାଟକ କେ- ଡ୍ରାମା ଦେଖିବାକୁ କିମ୍ବା ବିତରଣ କରିବାକୁ ବାରଣ କରାଯାଇଥାଏ । କିନ୍ତୁ ଏହି ଦୁଇଜଣ ଛାତ୍ର ଦକ୍ଷିଣ କୋରିଆର ନାଟକ ଦେଖିବା ଓ ଏହାକୁ ବିତରଣ କରିବା ନେଇ ଅଭିଯୋଗ ହୋଇଥିଲା । ଫଳରେ ଏହି ଦୁଇଛାତ୍ରଙ୍କୁ ଉତ୍ତରକୋରିଆର ଏକ ବିମାନବନ୍ଦର ନିକଟରେ ହତ୍ୟା କରି ଟାଙ୍ଗି ଦିଆଯାଇଛି । ତେବେ ହତ୍ୟା କରାଯାଇଥିବା ଏହି ଦୁଇ ଜଣ ଛାତ୍ରଙ୍କ ବୟସ ଯଥାକ୍ରମେ ୧୬ ବର୍ଷ ଏବଂ ୧୭ ବର୍ଷ ବୋଲି ଜଣାପଡିଛି ।

ଏହି ଦୁଇ ଛାତ୍ରଙ୍କୁ ହତ୍ୟା ପରେ ଉତ୍ତରକୋରିଆ ସରକାର କିମ୍ ଓନ୍ ଜଙ୍ଗ କହିଛନ୍ତି ଯେ, ଏହି ଛାତ୍ର ୨ ଜଣ ଭୟଙ୍କର ଅପରାଧ କରିଛନ୍ତି । ତେଣୁ ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସାମ୍ନାରେ ମୃତ୍ୟୁଦଣ୍ଡ ଦିଆଯାଇଛି । ଫଳରେ ଅନ୍ୟମାନେ କେବେ ଏଭଳି ଭୁଲ କରିବାକୁ ସାହାସ କରିପାରିବେ ନାହିଁ ।

Get real time updates directly on you device, subscribe now.