fbpx

ଜଙ୍ଗଲରେ କୁନ୍ତିଙ୍କ ସହ ୫ପାଣ୍ଡବ ବୁଲୁଛନ୍ତି! ଆଇଏଫଏସ ଅଫିସର ଭିଡିଓ ସେୟାର କରି ଲେଖିଲେ ଏହି କଥା

ଜଙ୍ଗଲ ସଫାରି ସମୟରେ ଭୟଙ୍କର ଜନ୍ତୁଙ୍କୁ ପାଖରେ ଦେଖିବା ଏକ ରୋମାଞ୍ଚକର ଅନୁଭୂତି । ବନ୍ୟଜନ୍ତୁଙ୍କୁ ପାଖରେ ଦେଖିବା ପାଇଁ ଲୋକେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଦେଖିବାକୁ ଯାଉଛନ୍ତି । ଯଦି ଆପଣ ଯାଇନାହାନ୍ତି ତେବେ ଭାବନ୍ତୁ ଆପଣ ଗାଡି ଭିତରେ ବସିଛନ୍ତି ଏବଂ ପାଖରେ ଏକ ବାଘ ଦେଖିଲେ ! ସେଠାରେ ଆପଣଙ୍କୁ କିପରି ଅନୁଭବ ହେବ? ସୋସିଆଲ ମିଡ଼ିଆରେ ଏପରି ଭିଡ଼ିଓର ବର୍ଷା ଚାଲିଛି ।କହିବାକୁ ଗଲେ ଜଣେ ପର୍ଯ୍ୟଟକଙ୍କ ଏପରି ଏକ ଭିଡିଓ ଲୋକଙ୍କୁ ଚକିତ କରିଦେଇଛି । ଜଙ୍ଗଲ ସଫାରୀ କଲା ବେଳେ ଜଣେ ବାଘ ସହ ତାର ୫ଟି ଛୁଆ ରାସ୍ତା ପାର କରୁଥିଲେ । ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦଙ୍କ ଦ୍ୱାରା କରାଯାଇଥିବା ଟ୍ୱିଟରରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।

ଯେତେବେଳେ ବାଘୁଣୀଟି ତା ୫ଟି ଛୁଆଙ୍କ ସହ ରାସ୍ତା ପାର କରୁଥିଲା ସେତେବେଳେ ଗାଡିରେ ବସିଥିବା ପର୍ଯ୍ୟଟକ ମାନେ ଚିଲାଇବାକୁ ଆରମ୍ଭ କରିଥିଲେ । ବ୍ୟାକଗ୍ରାଉଣ୍ଡରେ ଟୁରିଷ୍ଟ ମାନେ ଉସ୍ରାହ ସହ କଥା ହେବାର ଶୁଣିବାକୁ ମଧ୍ୟ ମିଳିଥିଲା । ଆଇଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟରେ ଲେଖିଛନ୍ତି କୁନ୍ତି ପଂଚୁ ପାଣ୍ଡବଙ୍କ ସହ ଦେଖାଦେଲେ । କହିବାକୁ ଗଲେ ଅଫିସର ଜଣକ ବାଘୁଣୀକୁ କୁନ୍ତୀ ନାମ ଦେଇଥିଲେ, ଯିଏ ନିଜ ପାଣ୍ଡବଙ୍କ ସହ ଜଙ୍ଗଲରେ ବୁଲୁଛନ୍ତି ।

ବାଘ ଦେଖି ଖୁସି ହୋଇ ଜଣେ ୟୁଜର ପଚାରିଥିଲେ, ସାର, ଏହା ଏକ ଆଶ୍ଚର୍ଯ୍ୟ ଦୃଶ୍ୟ, ମୁଁ କଣ ଜାଣିପାରେ କି ଏହା କେଉଁ ବାଘ ରିଜର୍ଭ ବା ସାଂଚୁଆରୀ? ଏହା ବ୍ୟତିତ ଅନ୍ୟ ଜଣେ ୟୁଜର କମେଣ୍ଟରେ ଲେଖିଥିଲେ ଯେ, ମୋ ସକାଳକୁ ଖୁସି କରିବାରେ ଏହା ହେଉଛି ଏକ ଭଲ ଉପାୟ । ଅନ୍ୟଜଣେ ଯୁବକ ଲେଖିଥିଲେ ୱାଇଲ୍ଡ ସଫାରୀରେ ଜୋରରେ ପାଟି କରିବା ଉଚିତ ନୁହେଁ । ହେଲେ ମୋତେ ଲାଗୁଛି ଆମ ଅଧିକାରୀ ଏବଂ ପର୍ଯ୍ୟଟକ ମାନଙ୍କୁ କିଛି ଫରକ ପକାଉନାହିଁ । ଏହି ଭିଡିଓକୁ ଲୋକେ ୧୫ହଜାର ଥର ଦେଖିସାରିଲେଣି । ସୁଶାନ୍ତ ସିଂହ ନନ୍ଦ ୱାଇଲ୍ଡ ଲାଇଫ ସହ ଜଡିତ ଭିଡ଼ିଓ ପୋଷ୍ଟ କରିଥାନ୍ତି ।

Get real time updates directly on you device, subscribe now.