fbpx

ଚିତ୍ରକୋଣ୍ଡା ଅଞ୍ଚଳରୁ ୧୨୨ କିଲୋ ଗଞ୍ଜେଇ ଜବତ, ୨ ଗିରଫ

Advertisement

ମାଲକାନଗିରି/ଚିତ୍ରକୋଣ୍ଡା, (ଭାସ୍କର ନ୍ୟୁଜ): ଚିତ୍ରକୋଣ୍ଡା ଏସଡିିଓ ଅଂଶୁମାନ ଦିୱେଦିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଚିତ୍ରକୋଣ୍ଡା ପୋଲିସର ଗୋଟିଏ ଟିମ ଏସଆଇ ସର୍ବେଶ୍ୱର ଭୋଇଙ୍କ ନେତୃତ୍ୱରେ ଟନେଲକ୍ୟାମ୍ପ, ଡାଇକ-୧, ଡାଇକ-୨, ଡାଇକ-୩ ଅଞ୍ଚଳରେ ଗାଡ଼ି ମୋଟର ଯାଞ୍ଚ କରୁଥିବା ସମୟରେ ଦେଖିବାକୁ ପାଇଥିଲେ ଦୁଇଜଣ ଲୋକ ଟନେଲକ୍ୟାମ୍ପ ଠାରୁ ୮୦୦ ମିଟର ଦୂରରେ ୫ ଟି ପ୍ଲାଷ୍ଟିକ ବ୍ୟାଗ ଧରି ଠିଆ ହୋଇଥିଲେ । ପୋଲିସ ସେମାନଙ୍କୁ ଗୋଡେଇ ଗୋଡେଇ ଧରି ଖାନତଲାସୀ କରିବାରୁ ସେଥିରେ ୧୨୨ କିଲୋ ୭୦୦ ଗ୍ରାମ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ଏହି ଗଞ୍ଜେଇ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିଲା । ମାମଲାରେ ବୁଦୁ ହରିଜନ(୪୦), ବୁଦୁରା ହରିଜନ(୪୫) । ଉଭୟଙ୍କ ଘର ଡାଇକ-୩ ଅଞ୍ଚଳରେ । ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

Get real time updates directly on you device, subscribe now.