୩୪ ହଜାର ଲୋକଙ୍କଠାରୁ ହଡ଼ପ ହୋଇଛି ୧୨୩ କୋଟି, କ୍ରାଇମବ୍ରାଞ୍ଚ ଡିଜିଙ୍କ ସୂଚନା

ହରିତ କ୍ରିସୀ ନିଧି କମ୍ପାନୀ ଠକେଇ ଘଟଣାର ପର୍ଦ୍ଦାଫାସ

ଭୁବନେଶ୍ୱର: ହରିତ କ୍ରିସୀ ନିଧି କମ୍ପାନୀ ଠକେଇ ଘଟଣାର ପର୍ଦ୍ଦାଫାସ ଘଟିଛି। ଏ ନେଇ ସମ୍ବାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଡିଜିଙ୍କର ଖୁଲାସା ହୋଇଛି। ଏଥିରେ ୩୪ ହଜାର ଲୋକଙ୍କଠାରୁ ୧୨୩ କୋଟି ଟଙ୍କା ହଡ଼ପ ହୋଇଛି।

ଏହି ସଂସ୍ଥାର ମୁଖ୍ୟ ଗିରଫ ହେବା ପରେ ସ୍ତ୍ରୀ ଝିଅଙ୍କୁ ଗିରଫ କରାଯାଇଛି। ୫ଟି ରାଜ୍ୟର ଲୋକଙ୍କଠାରୁ ଠକେଇ କରିଛି ଏହି କମ୍ପାନୀ।

ଇଓଡବ୍ଲୁ ବିଭିନ୍ନ ରାଜ୍ୟ ଏବଂ ପଡ଼ୋଶୀ ବାଂଲାଦେଶର ୩୪ ହଜାର ନିବେଶକଙ୍କୁ ୧୨୩ କୋଟି ଟଙ୍କା ଠକିଥିବା ଅଭିଯୋଗରେ କଲିକତାରୁ ହରିତ କ୍ରିସୀ ନିଧି କମ୍ପାନୀର ନିର୍ଦ୍ଦେଶକ ତୁଷାର ଭଞ୍ଜଙ୍କୁ ଗିରଫ କରିଥିଲା।