fbpx
BJD SKY
BJD SKY

ଖୁସି ଖବର! ଏଣିକି ଚାଷୀଙ୍କୁ ଦିଆଯିବ ୧୨,୫୦୦ ଟଙ୍କା: PM Kisan Yojna ଯୋଜନାରେ ହେଉଛି ପରିବର୍ତ୍ତନ

BJD

ନୂଆଦିଲ୍ଲୀ: ଦେଶର କୋଟି କୋଟି କୃଷକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଆଣୁଛନ୍ତି କେନ୍ଦ୍ର ସରକାର । ପିଏମ କିସାନ ଯୋଜନାର ୧୪ତମ କିସ୍ତି ଆସିବାର ୩ ଦିନ ପୂର୍ବରୁ ଟ୍ୱିଟ କରି ଏକ ବଡ଼ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ୩ ଦିନ ମଧ୍ୟରେ ଦେଶର ୮.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ଯୋଜନାର ୨୦୦୦ ଟଙ୍କା ପଠାଇବା ନେଇ ଘୋଷଣା କରିଛନ୍ତି । ଏ ନେଇ ପିଏମ କିସାନ ଯୋଜନାର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ କୁହାଯାଇଛି । ପ୍ରତ୍ୟେକ କୃଷକଙ୍କୁ ଆର୍ଥିକ ରୂପରେ ସଦୃଢ କରିବା ପାଇଁ ଏହି ଯୋଜନା ଅଧୀନରେ ଜୁଲାଇ ୨୭ ତାରିଖରୁ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯିବ ।

ଏହାବ୍ୟତୀତ ରାଜ୍ୟ ସରକାର ମଧ୍ୟ କୃଷକମାନଙ୍କ ୬,୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ଚାଷୀମାନେ ବର୍ତ୍ତମାନ ବାର୍ଷିକ ୧୨,୫୦୦ ଟଙ୍କା ଆର୍ଥିକ ସହାୟତା ରାଶି ଭାବରେ ପାଇପାରିବେ । ତେବେ ସମସ୍ତ କୃଷକ ଏହି ଯୋଜନାରେ ଟଙ୍କା ପାଇପାରିବେ ନାହିଁ । ବିହାର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନେଇଛନ୍ତି । କୃଷକମାନଙ୍କୁ ଆମଦାନୀ କ୍ଷେତ୍ରରେ ଆହୁରି ମଜବୁତ କରିବା ପାଇଁ ପ୍ରତି ଏକର ପିଛା ୬,୫୦୦ ଟଙ୍କା ପ୍ରଦାନ କରିବେ ସରକାର । ଏଥିପାଇଁ ବିହାର ସରକାରଙ୍କ ପକ୍ଷରୁ ଜୈବିକ କୋରିଡର ଯୋଜନା ପ୍ରଣୟନ କରାଯାଇଛି ।

କିପରି କରିବେ କେୱାଇସି?

  • ପିଏମ କିସାନ ଯୋଜନାର ଅଫିସିଆଲ ୱେବସାଇଟ pmkisan.gov.in କୁ ଯାଆନ୍ତୁ
  • ଏହାର ଡାହାଣ ପାଖରେ ଇ-କେୱାଇସି ଅପ୍ସନ ଉପରେ କ୍ଲିକ କରନ୍ତୁ
  • ବର୍ତ୍ତମାନ ନିଜ ଆଧାର ନମ୍ବର ଅପଲୋଡ କରନ୍ତୁ
  • ଏହାପରେ ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଏକ ଓଟିପି ଆସିବ, ଏହାକୁ ଏଣ୍ଟର କରନ୍ତୁ
  • ବର୍ତ୍ତମାନ ଏହାକୁ ସବମିଟ କରନ୍ତୁ, ଆପଣଙ୍କ ଇ-କେୱାଇସି ପ୍ରକ୍ରିୟା ଶେଷ ହୋଇଯିବ ।

ସୂଚନା ଅନୁସାରେ, ଆସନ୍ତା ୨୭ ତାରିଖରୁ ଦେଶର ଯୋଗ୍ୟ କୃଷକମାନଙ୍କ ଆକାଉଣ୍ଟକୁ ପିଏମ କିସାନ ଯୋଜନା ଅଧୀନରେ ୨୦୦୦ ଟଙ୍କା ଲେଖାଏଁ ପଠାଇବେ କେନ୍ଦ୍ର ସରକାର । ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀଙ୍କୁ ୧୩ଟି କିସ୍ତିରେ ଟଙ୍କା ମିଳି ସାରିଥିବା ବେଳେ ୧୪ତମ କିସ୍ତି ୩ ଦିନ ପରେ ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି ।

Get real time updates directly on you device, subscribe now.