fbpx

ଆଜି କଟକ ବନ୍ଦ , ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ଯାଏଁ ଗାଡ଼ି ଚଳାଚଳ ବନ୍ଦ

କଟକ (ଭାସ୍କର ନ୍ୟୁଜ୍‌): ବିଜେପି ପକ୍ଷରୁ ସୋମବାର ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି । ଆସନ୍ତା ଦୂର୍ଗାପୂଜାରେ ମା’ଙ୍କ ମୂର୍ତ୍ତି ଉଚ୍ଚତାକୁ ନେଇ ଉଠିଥିବା ବିବାଦ ପ୍ରସଙ୍ଗରେ ଏହି ବନ୍ଦ ଡାକରା ଦିଆଯାଇଛି । ସୋମବାର ସକାଳ ୬ରୁ ସଂଧ୍ୟା ୬ ପର୍ଯ୍ୟନ୍ତ କଟକ ବନ୍ଦ ରହିବ ବୋଲି ବିଜେପି ନେତା ସମୀର ଦେ ଏକ ସୂଚନା ଦେଇଛନ୍ତି । ବନ୍ଦ ଡାକାରାରୁ ସମସ୍ତ ଜରୁରୀ ସେବା ବାଦ୍‌ ପଡିବ ।

କଟକ ସହରର ଐତିହ୍ୟ, ସଂସ୍କୃତି, ପରମ୍ପରା ଭିନ୍ନ । ଗଣେଷ ପୂଜାରୁ କାର୍ତ୍ତିକେଶ୍ୱର ପୂଜା ପର୍ଯ୍ୟନ୍ତ ସାହିର ମୁରବୀମାନେ ଦାୟିତ୍ୱ ନିଅନ୍ତି । ହେଲେ ଦୁର୍ଭାଗ୍ୟର କଥା ସେମାନଙ୍କୁ ଭୁବନେଶ୍ୱର ଡକାଇ ଅପମାନିତ କରାଯାଉଛି । ସେମାନେ ସରକାରଙ୍କୁ ଅଭିଯୋଗ କଲେ ମଧ୍ୟ ଶୁଣାଯାଉ ନାହିଁ । ଯଦି ଶୁଣିବାର ନଥିଲା ତେବେ କାହିଁକି ତାଙ୍କୁ ଡାକିଥିଲେ । କଟକର ପୂଜା କମିଟି ଗୁଡିକ ପକ୍ଷରୁ ମୂର୍ତ୍ତିର ଉଚ୍ଚତା ବଢାଇବା ପାଇଁ ଅନୁରୋଧ କରିଥିବା ବେଳେ ସରକାର ଏହାକୁ ପୂର୍ବ ନିଷ୍ପତି ଅନୁଯାୟୀ ପାଳନ କରିବାକୁ ଦୋହରାଇଥିଲେ । ଏଣୁ ବିଜେପି ଏହି ମୁରବୀଙ୍କ ଅପମାନ ହୋଇଥିବାରୁ ଏହି ବନ୍ଦ ଡାକରା ଦେଇଛି । ତେବେ ଏହି ବନ୍ଦ ଡାକରାରେ ସାମିଲ ହେବା ପାଇଁ ସାଧାରଣ ଲୋକ, ଶାନ୍ତି କମିଟି,ପୂଜା କମିଟିର କର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି ସମୀର ଦେ । ପ୍ରତିବାଦ ସ୍ୱରୂହାଇକୋର୍ଟ ଠାରୁ ଆରମ୍ଭ କରି ମାଲଗୋଦାମ ଓ ଅନ୍ୟ ସମସ୍ତ ଅନୁଷ୍ଠାନ ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି ।

ଅନ୍ୟପଟେ ଦୂର୍ଗାପୂଜାରେ ମୂର୍ତ୍ତିର ଉଚ୍ଚତାକୁ ନେଇ ଭର୍ତ୍ତୃହରି ଓ ଦେବାଶିଷ ସାମନ୍ତରାୟଙ୍କ ଭିତରେ ବିବାଦ ବଢିଛି । ଗତକାଲି ବୈଠକରେ ମଣ୍ଡପରେ ମା’ଙ୍କୁ ଦର୍ଶନ କରିବା ପ୍ରସଙ୍ଗରେ କିଛି କଥା କହିଥିଲେ ଭର୍ତ୍ତୃହରି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଦେବାଶିଷ ସାମନ୍ତରାୟ । ସେ କହିଛନ୍ତି ଜଣେ ବିଜ୍ଞ ସାଂସଦ ହୋଇ ଏଭଳି ବୟାନ ଦେଇ କଟକ ସହରକୁ ଅଶାନ୍ତ କରିଛନ୍ତି । ସହରରେ ଯଦି ପୂଜା ପାଇଁ କୋଭିଡ୍‌ ସଂକ୍ରମଣ ବଢେ, ଏଥିପାଇଁ ଦାୟୀ ରହିବେ ସାଂସଦ । କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ସରକାର ନେଇଥିବା ନିଷ୍ପତି ଠିକ୍‌ ବୋଲି କହିଛନ୍ତି ଦେବାଶିଷ । ତେବେ ଏ ପ୍ରସଙ୍ଗରେ ସାଂସଦଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ଦିଆଯାଇ ନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.