fbpx

ମମିତା ମେହେର ନିଖୋଜ ମାମଲା: ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା

ଭବାନୀପାଟଣା,  (ଭାସ୍କର ନ୍ୟୁଜ୍‌): ମମିତା ମେହେର ନିଖୋଜ ଘଟଣାକୁ କେନ୍ଦ୍ର କରି କଳାହାଣ୍ଡି ଜିଲ୍ଲା ବିଜେପି ଶାଖା ପକ୍ଷରୁ ବୁଧବାର କଳାହାଣ୍ଡି ବନ୍ଦ ଡ଼ାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ହେବ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଏହି ବନ୍ଦ ଡ଼ାକରା ଦିଆଯାଇଛି ।

ସୂଚନାଯୋଗ୍ୟ, ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ଥିବା ମମିତା ମେହେର ଗତ ୧୨ ଦିନ ତଳେ ହଠାତ୍ ନିଖୋଜ ହୋଇଯାଇଥିଲେ । ଘଟଣାରେ ପୋଲିସ ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କୁ ଗିରଫ କରିଥିଲେ ବି ସେ ପୋଲିସ ହେପାଜତରୁ ଫେରାର ହୋଇଯାଇଥିଲେ କିନ୍ତୁ ମଙ୍ଗଳବାର ପୋଲିସ ଗୋବିନ୍ଦ ସାହୁକୁ ପୁଣି ବାନ୍ଧିବାରେ ସଫଳ ହୋଇଛିଆ ସେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଝରିଆଲ ପଞ୍ଚାୟତ ବୁଢ଼ିଦର ଗାଁର ଏକ ଆଖୁବାଡ଼ିରେ ଲୁଚିଥିବା ବେଳେ ପୋଲିସ ହାତରେ ଧରାପଡ଼ିଛି । ଏହାପରେ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗିର ଏସ୍‌ ି ଅଫିସ୍‌କୁ ପଚରାଉଚୁରା ପାଇଁ ନିଆଯାଇଥିବା ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ସୂଚନା ଦେଇଛନ୍ତି।

ସ୍କୁଲ ଅଧ୍ୟକ୍ଷା ମମିତା ମେହେର ଗତ ୮ ତାରିଖ ଠାରୁ ନିଖୋଜ ଥିଲେ । ପରିବାର ଲୋକ ୧୨ ତାରିଖରେ ବଲାଙ୍ଗୀର ଜିଲ୍ଲା ସିନ୍ଦକେଲା ଥାନାରେ ଲିଖିତ ମାମଲା ରୁଜୁ କଲେ ।  ୧୪ ତାରିଖ ଦିନ ପୁଲିସ ସ୍କୁଲର ପରିଚାଳନା ସଭାପତି ଗୋବିନ୍ଦ ସାହୁଙ୍କୁ ଅଟକ ରଖିଥିଲା । ହେଲେ ହଠାତ ୧୬ ତାରିଖ ଗୋବିନ୍ଦ ସାହୁ ଟିଟିଲାଗଡ ପୁଲିସ ହେପାଜତରୁ ଫେରାର ପରେ ତନାଘନା ଆରମ୍ଭ ହୋଇଥିଲା ।  ଗତ ୧୮ ତାରିଖରେ ନିଜେ ବଲାଙ୍ଗୀର ଓ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ତଦନ୍ତ ଭାର ନେଇଥିଲେ । କଳାହାଣ୍ଡିରେ ତିନି ଗୋଟି ପୁଲିସ ଟିମ୍ ଚଢାଉ କରିଥିଲା । ମହାଲିଙ୍ଗ ସ୍ଥିତ ଖେଳ ପଡିଆର ରାତ୍ରୀ ଜଗୁଆଳି ଗୁପ୍ତେ ତାଣ୍ଡି ୧୨ ତାରିଖ ରାତିରେ ଖେଳ ପଡିଆରେ କିଛି କାମ ହୋଇଥିବା ସୂଚନା ଦେଇଥିଲେ । ତାଙ୍କ ସୂଚନା ଆଧାରରେ ଜେସିବି ଡ୍ରାଇଭର ପୁଷ୍କର ଭୋଇଙ୍କୁ ସିନ୍ଦକେଲା ଥାନାରେ ଜେରା କରାଯାଇଥିଲା । ଫେରାର ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଘୋଷଣା କରି ୨୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ପରେ ସଂପୃକ୍ତ ଗୋବିନ୍ଦ ସାହୁଙ୍କ ନାଁରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା ପୁଲିସ୍‌ ।

Get real time updates directly on you device, subscribe now.