fbpx

କଥାରେ ମନ ମୋହିନେବେ ଏହି ୩ ରାଶିର ବ୍ୟକ୍ତି

ନୂଆଦିଲ୍ଳୀ: ମିଠା କଥା ସମ୍ପର୍କକୁ ମଜବୁତ୍ କରିଥାଏ । ଭାଙ୍ଗିଯାଇଥିବା ସମ୍ପର୍କକୁ ପୁଣି ସୁଦୃଢ କରିଥାଏ । କିନ୍ତୁ ଅନେକ ସମୟରେ ମିଠା କଥାରେ ପ୍ରଭାବିତ ହେବା ଫଳରେ ଅନେକ ସମସ୍ୟା  ଆସିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶିର ଲୋକମାନେ ତାଙ୍କ କଥା ବଳରେ କାହାକୁ ବି ରାଗିବାକୁ ଦିଅନ୍ତି ନାହିଁ । ଯେତେ ବି ସମାନଙ୍କ ଉପରେ ରାଗଥିଲେବି, ଯଦି ସମାନେ ପଦେ କଥା କହିଦିଅନ୍ତି, ରାଗ ଫଟାକ୍ ସେ ଦୂର ହୋଇଯାଏ । ଶାସ୍ତ୍ର ଅନୁସାରେ ଏହି ତିନିଟି ରାଶି ହେଉଛି,

ମୀନ ରାଶି: ଏହି ରାଶିର ଲୋକମାନେ କେବେବି ନିଜ ଭାବନା କାହା ଆଗରେ ପ୍ରକାଶ କରନ୍ତି ନାହିଁ । ମିଠା ମିଠା କଥା କହି ଏମାନେ ବାରମ୍ବାର ଧୋକା ଦେଇଥାନ୍ତି । ନିଜ କଥା ମାଧ୍ୟମରେ ଆକର୍ଷିତ କରି ନିଜ ଦୁନିଆକୁ ନେଇଯାଇଥାନ୍ତି ।
ତେଣୁ ଯେବେ ମୀନ ରାଶିର ବ୍ୟକ୍ତିଙ୍କ ସହ ଆପଣ ମିଶୁଛନ୍ତି, ସର୍ବଦା ଭାବିଚିନ୍ତି ସେମାନଙ୍କ କଥାର ନିଷ୍ପତ୍ତି ନିଅନ୍ତୁ । ଆଖି ବନ୍ଦ କରି ମୀନ ରାଶିର ଲୋକମାନଙ୍କୁ କେବେ ବିଶ୍ୱାସ କରନ୍ତୁ ନାହିଁ ।

ବୃଷ ରାଶି: ଶାସ୍ତ୍ର ଅନୁସାରେ ଏହି ରାଶିର ଲୋକମାନେ ଅତ୍ୟନ୍ତ ଚାଲାଖ ହୋଇଥାନ୍ତି । ଏମାନେ ସବୁଠୁ ଭଲ ବୋଲି ସର୍ବଦା ପ୍ରମାଣ କରିବାକୁ ଚେଷ୍ଟା କରିଥାନ୍ତି । ଏମାନେ ନିଜ ସ୍ୱାର୍ଥ ପାଇଁ ବିଶ୍ୱାସ ଘାତକ ହେବା ପାଇଁ ପଛାନ୍ତି ନାହିଁ ।
ଏହି ରାଶିର ଲୋକମାନେ ସବୁ ମିଠା ମିଠା କଥା କହି ନିକଟତର ହୋଇଥାନ୍ତି ଓ ଆବଶ୍ୟକ ପଡିଲେ ଏମାନେ ପିଠିରେ ଛୁରୀ ଭୁସିବା ଭଳି କାର୍ଯ୍ୟ ମଧ୍ୟ କରିପାରନ୍ତି ।

କନ୍ୟା ରାଶି: ଏହି ରାଶିର ଲୋକମାନେ ଭିତରେ ଗୋଟେ କଥା ଭାବନ୍ତି କିନ୍ତୁ ବାହାରେ ଆଉ ଗୋଟେ ପ୍ରକାଶ କରିଥାନ୍ତି । ଏମାନେ ନିଜର କଥା ଯାଦୁରେ ସମସ୍ତଙ୍କୁ ବଶ କରିଥାନ୍ତି । ଏମାନେ ସର୍ବଦା ଏପରି କଥା କହିଥାନ୍ତି, ଯେପରି ସେମାନଙ୍କ କଥାକୁ କେହି କାଟିପାରିବେ ନାହିଁ । ତେଣୁ ଏହି ରାଶିର ବ୍ୟକ୍ତିଙ୍କ ସହ ଭାବିଚିନ୍ତି କଥା ହୁଅନ୍ତୁ ।

Get real time updates directly on you device, subscribe now.