fbpx
BSKY
BJD MC SKY
BJD YOUTH SKY

କାନ୍ଦିବା ପାଇଁ ସ୍ୱତନ୍ତ୍ର ରୁମ୍, କାନ୍ଦି କାନ୍ଦି କରିପାରିବେ ମୁଡ୍ ଠିକ୍

କୁହାଯାଏ କାନ୍ଦିବା ଦ୍ୱାରା ମନ ହାଲୁକା ହୋଇଥାଏ । ଆଜିର ବ୍ୟସ୍ତବହୁଳ ଜୀବନରେ ଲୋକଙ୍କର ମାନସିକ ସମସ୍ୟା ବଢ଼ିବାରେ ଲାଗିଛି । କରୋନା କାଳରେ ଏହି ସଂଖ୍ୟା ଦ୍ରୁତ ଭାବରେ ବଢ଼ିଛି । ଏପରି ପରିସ୍ଥିତିରେ ଡିପ୍ରେସନର ଶିକାର ଲୋକେ ନିଜ ପାଇଁ ଏମିତି ଏକ ସ୍ଥାନ ଖୋଜନ୍ତି ଯେଉଁଠାରେ ସେମାନେ ନିଜ ମୁଡ୍ କୁ ଠିକ୍ କରିପାରିବେ । ବର୍ତ୍ତମାନ ଏପରି ଲୋକଙ୍କ ପାଇଁ ସ୍ପେନରେ ଏକ ସ୍ୱତନ୍ତ୍ର କ୍ରାଇଙ୍ଗ ରୁମ(କାନ୍ଦିବା କୋଠରୀ) ପ୍ରସ୍ତୁତ କରାଯାଇଛି, ଯେଉଁଠାରେ ଏହିପରି ଲୋକମାନେ ସେମାନଙ୍କ ମୁଡ୍ ଠିକ୍ କରିପାରିବେ ।

ଉଦାସୀନ ଲୋକଙ୍କ ପାଇଁ ଲା ଲେଲେରିଆ ନାମକ ଏହି କ୍ରାଇଙ୍ଗ ରୁମ ସ୍ପେନର ରାଜଧାନୀ ମଡ୍ରେଡରେ ତିଆରି କରାଯାଇଛି । ଏଠାରେ ଲୋକଙ୍କୁ ଆଶ୍ୱସ୍ତ କରାଯାଇଥାଏ ଯେ ଯଦି କୌଣସି ମାନସିକ ସମସ୍ୟାରେ ଅଛନ୍ତି ତେବେ ଏହା କୌଣସି ଖରାପ କଥା ନୁହେଁ । ଏହି ସ୍ୱତନ୍ତ୍ର କୋଠରୀ ବାହାରେ ଲେଖାଯାଇଛି ‘ଭିତରକୁ ଆସନ୍ତୁ ଏବଂ କାନ୍ଦି ନିଅନ୍ତୁ’ ।

ସ୍ପେନରେ ଡିପ୍ରେସନ ଏବଂ ଆମ୍ତହତ୍ୟା ମାମଲାରେ ଲଗାତାର ବୃଦ୍ଧି ହେଉଛି । ଏହାକୁ ଦୃଷ୍ଟିରେ ରଖି ଏଭଳି ରୁମ ତିଆରି କରାଯାଇଛି । ୨୦୧୯ରେ ସ୍ପେନରେ ଆମ୍ତହତ୍ୟା ୩,୬୭୧ ଲୋକ କରିଥିଲେ । ସେମାନଙ୍କ ମଧ୍ୟରେ କେବଳ ୧୦% ନାବାଳକ ରହିଥିଲେ ।

ଗୁଲାବୀ ଏବଂ ବାଇଗଣୀ ରଙ୍ଗର ଥୀମରେ ରୁମ୍ ଏଭଳି ଭାବରେ ତିଆରି କରାଯାଇଛି ଯେ ମାନସିକ ସ୍ତରରେ ଚିନ୍ତିତ ଥିବା ବ୍ୟକ୍ତି ଏଠାକୁ ଆସି ଦୁଃଖ ଭୁଲାଇ ଭଲ ଅନୁଭବ କରିପାରିବେ । ଏଠାରେ ମନୋବୈଜ୍ଞାନିକ ଏବଂ ଡକ୍ଟରଙ୍କ ନମ୍ବର ମଧ୍ୟ ରହିଛି ଯାହାଦ୍ୱାରା ଲୋକମାନେ ସେମାନଙ୍କ ସହ କଥା ହୋଇପାରିବେ ।

Get real time updates directly on you device, subscribe now.