fbpx

୧୩ଟି Airportର ଘରୋଇକରଣ ନେଇ ଲିଷ୍ଟ ଜାରି କଲା AAI, ଜାଣନ୍ତୁ ଓଡ଼ିଶାର କେତୋଟି

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶର ମୋଟ ୧୩ଟି ଏୟାରପୋର୍ଟର ଘରୋଇକରଣ କରାଯିବ । ଏହି ଅବସରରେ ଘରୋଇକରଣ ପାଇଁ ଏୟାରପୋର୍ଟ ଅର୍ଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ପକ୍ଷରୁ ସମସ୍ତ ବିମାନ ବନ୍ଦରଗୁଡ଼ିକର ଲିଷ୍ଟ ଜାରି କରାଯାଇଛି । ଏହି ପ୍ରକ୍ରିୟାରେ ସାର୍ବଜନିକ ଘରୋଇ ଭାଗିଦାରୀ (ପିପିପି) ମଡେଲ ମାଧ୍ୟମରେ ବିଡ୍ ଦାଖଲ କରାଯିବ ବୋଲି କୁହାଯାଇଛି ।

ତେବେ ଜଣାପଡ଼ିଛି ଯେ, ଭୁବନେଶ୍ୱର, ଅମୃତସର, ବାରାଣାସୀ, ତ୍ରିଚି, ଇନ୍ଦୋର, ରାୟପୁର ପରି ବଡ଼ ଏୟାରପୋର୍ଟ ସହ ଝାରସୁଗୁଡ଼ା, ଗୟା, କୁଶୀନଗର, କାଙ୍ଗଡ଼ା, ତିରୁପତି, ଜବଲପୁର ଓ ଜଲଗାଁଓ ପରି ୭ଟି ଛୋଟ ଏୟାରପୋର୍ଟକୁ ଘରୋଇକରଣ ନେଇ ଏଏଆଇ ପକ୍ଷରୁ ମଞ୍ଜୁରୀ ମିଳିସାରିଛି । ତେବେ ପ୍ରଥମ ଥର ପାଇଁ ଦେଶରେ ଘରୋଇକରଣ ପ୍ରକ୍ରିୟାରେ ଛୋଟ ଏୟାରପୋର୍ଟକୁ ବଡ଼ ଏୟାରପୋର୍ଟ ସହ ଯୋଡ଼ିବାର ପ୍ରୟାସ କରାଯାଉଛି । ଝାରସୁଗୁଡ଼ାକୁ ଭୁବନେଶ୍ୱର ଏୟାରପୋର୍ଟ ସହ, କୁଶୀନଗର ଓ ଗୟାକୁ ବାରାଣାସୀ ସହ, କାଙ୍ଗଡ଼ାକୁ ଅମୃତସର ସହ, ଜବଲପୁରକୁ ଇନ୍ଦୋର ସହ, ଜଲଗାଁଓକୁ ରାୟପୁର ସହ, ତ୍ରିଚିକୁ ତିରୁପତି ସହ ଯୋଡ଼ାଯିବ । ପୂର୍ବରୁ ଉଦ୍ୟୋଗପତି ଗୌତମ ଅଦାନୀ ୬ଟି ବଡ଼ ଏୟାରପୋର୍ଟକୁ ହାସଲ କରିବା ନେଇ ବିଡ୍ ଦାଖଲ କରିଥିଲେ । ତେବେ ଏହି ସମସ୍ତ ଏୟାରପୋର୍ଟ ଘରୋଇକରଣ ପ୍ରକ୍ରିୟାରୁ କେନ୍ଦ୍ର ସରକାର ମୋଟା ଅଙ୍କର ରାଶି ଯୋଗାଡ଼ କରିବା ଲକ୍ଷ୍ୟରେ ରହିଛନ୍ତି ।

Get real time updates directly on you device, subscribe now.