fbpx

ଦୀପାବଳୀର ସଫା କରୁଥିବା ସମୟରେ ଘରୁ ବାହାର କରନ୍ତୁ ଏହି ୬ଟି ଜିନିଷ, ନଚେତ୍…

ଦୀପାବଳୀ ପୂର୍ବରୁ ଘର ସଫା କରାଯାଏ । କୁହାଯାଏ ଯେ, ଘରେ ଯଦି କିଛି ବି ମଇଳା ରହିଯାଏ ବା ଭଙ୍ଗା ଜିନିଷ ରହିଥାଏ, ତେବେ ମା’ ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଓ ଘରୁ ବାହାରି ଯାଆନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ, ପୁରୁଣା ଭଙ୍ଗା ଓ ଅଦରକାରୀ ଜିନିଷଗୁଡ଼ିକ ଘରେ ନକାରାତ୍ମକ ଶକ୍ତି ବଢ଼ାଇଥାଏ ଓ ସକାରାତ୍ମକତାକୁ ହ୍ରାସ କରାଇଥାଏ । ଏଥିରୁ ରକ୍ଷା ପାଇବା ପାଇଁ ଦୀପାବଳୀ ପୁର୍ବରୁ ସେଗୁଡିକୁ ଘରୁ ବାହାର କରିଦିଅନ୍ତୁ ଓ ଭଲ ଜିନିଷ ଘରକୁ ଆଣନ୍ତୁ । ତେବେ ଆସନ୍ତୁ ଜାଣିବା କି, ଦୀପାବଳୀ ଦିନ ଲକ୍ଷ୍ମୀ ପୂଜା ପୂର୍ବରୁ ଘରର କେଉଁ ଜିନିଷ ଫିଙ୍ଗିବା ଅତ୍ୟନ୍ତ ଜରୁରୀ …

୧. ଭଙ୍ଗା ଦର୍ପଣ
ଯଦି ଭଙ୍ଗା ଦର୍ପଣ ଘରେ ରଖାଯାଏ ଓ ତା’ର ବ୍ୟବହାର କରାଯାଏ, ତେବେ ଏହି କାରଣରୁ ଘରେ ଦୋଷ ଆସିପାରେ । ଏହି ଦୋଷ କାରଣରୁ ଘରେ ନକାରାତ୍ମକତା ଆସେ ଏବଂ ପରିବାର ସଦସ୍ୟ ମାନସିକ ଚାପରେ ପଡ଼ିପାରନ୍ତି ।

୨. ଭଙ୍ଗା ପଲଙ୍ଗ ବା ଖଟ
ଘରେ ଯଦି ଭଙ୍ଗା ଖଟ ଘରେ ବ୍ୟବହୃତ ହେଉଛି, ତେବେ ଏହା ବିବାହିତ ଜୀବନରେ ଅଶାନ୍ତି କିମ୍ବା ସମସ୍ୟା ଆଣିପାରେ । ସୁଖ ଓ ଶାନ୍ତି ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ଶଯ୍ୟା ଠିକ୍ ରହିବା ଆବଶ୍ୟକ ।

୩. ଖରାପ ଘଣ୍ଟା
କୁହାଯାଏ ଯେ, ଯଦି ଘରେ ଭଙ୍ଗା କିମ୍ବା ଖରାପ ଘଣ୍ଟା ଅଛି, ତେବେ ଏହା ଆପଣଙ୍କ ପରିବାରର ସମୟ ନଷ୍ଟ କରିପାରେ । କେବଳ ଏତିକି ନୁହେଁ, ଏହା ଯୋଗୁଁ ଉନ୍ନତିରେ ବାଧା ସୃଷ୍ଟି ହୋଇପାରେ ।

୪. ଚିରା ବା ଭାଙ୍ଗିଯାଇଥିବା ଫଟୋ
ଯଦି ଆପଣଙ୍କ ଘରେ ଭଙ୍ଗା ବା ଚିରା ଫଟୋ ଅଛି, ତେବେ ଆଜି ହିଁ ଘରୁ ବାହାର କରନ୍ତୁ । ଏହା ବାସ୍ତୁଦୋଷ ସୃଷ୍ଟି କରିଥାଏ । କୌଣସି ଦେବୀ ଦେବତାଙ୍କ ମୂର୍ତ୍ତି ହେଉ ବା କୌଣସି ବ୍ୟକ୍ତିର ଭଙ୍ଗା ଫଟୋ ହୋଇଥିଲେ ଘରେ ଆଦୌ ରଖନ୍ତୁ ନାହିଁ ।

୫. ଭଙ୍ଗା ମୁଖ୍ୟ ଫାଟକ
ଯଦି ଘରର ମୁଖ୍ୟ ଦ୍ୱାର ଭାଙ୍ଗିଛି, ତେବେ ତୁରନ୍ତ ଏହାର ମରାମତି କରନ୍ତୁ । ଭଙ୍ଗା କବାଟକୁ ଅଶୁଭ ବୋଲି ବିବେଚନା କରାଯାଏ । ଏହା ବ୍ୟତୀତ ଘରର ଟେବୁଲ୍, ଚେୟାର କିମ୍ବା ଯେକୌଣସି ପ୍ରକାରର ଆସବାବପତ୍ର ମଧ୍ୟ ଠିକ୍ ଅବସ୍ଥାରେ ରହିବା ଉଚିତ୍ ।

୬. ଭଙ୍ଗା ବାସନ ବା ଖେଳନା
ଯଦି ଘରେ ଭଙ୍ଗା ବାକ୍ସ, ନଷ୍ଟ ହୋଇଥିବା ଖେଳନା, ଅଦରକାରୀ ସାଜସଜ୍ଜା ସାମଗ୍ରୀ, ଛିଡ଼ିଯାଇଥିବା ଚପଲ ଇତ୍ୟାଦି ଅଛି, ତେବେ ଦୀପାବଳୀ ପୂର୍ବରୁ ଏହାକୁ ଘରରୁ ଫୋପାଡ଼ି ଦିଅନ୍ତି । ଏହି କାରଣରୁ ଲକ୍ଷ୍ମୀ କେବେବି ଘରେ ରୁହନ୍ତି ନାହିଁ ।

Get real time updates directly on you device, subscribe now.