fbpx

ଏହା ହେଉଛି ଦୁନିଆର ୧୦ ବିଚିତ୍ର ଫୁଲ, କଙ୍କାଳଠୁ ଆରମ୍ଭ କରି ମାଙ୍କଡ ପରି ଦେଖାଯାଏ ଏସବୁ; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ଦୁନିଆ ହେଉଛି ବିବିଧତାରେ ପରିପୂର୍ଣ୍ଣ । ଏଠାରେ ପଶୁ ପକ୍ଷୀ ଠାରୁ ଆରମ୍ଭ କରି ଗଛ ପତ୍ର ଫୁଲ ଫଳ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବୈଚିତ୍ରିୟତା ରହିଛି । ତେବେ ଯଦି ସୁନ୍ଦର, ବାସନାଯୁକ୍ତ, ରଙ୍ଗବେରଙ୍ଗ କଥା ଉଠେ ତେବେ ପ୍ରଥମେ ଫୁଲ କଥାଟି ଆଗୁକ ଆସିବ । ଦୁନିଆରେ ୩ ଲକ୍ଷ ୬୯ ହଜାର ପ୍ରଜାତିର ଗଛରେ ଫୁଲ ଫୁଟିଥାଏ । ହେଲେ କିଛି ଫୁଲ ଖୁବ୍ ସୁନ୍ଦର ହୋଇଥାଏ । କିନ୍ତୁ ସବୁ ଫୁଲର ଭାଗ୍ୟରେ ଲୋକଙ୍କ ଭଲ ପାଇବା ନଥାଏ । କିଛି ଫୁଲକୁ ଦେଖି ଲୋକମାନେ ଭୟ କରିଥାନ୍ତି । କାରଣ ହେଉଛି ସେମାନଙ୍କ ଗଢ଼ଣ । ଆଜି ଆମେ ଆପଣଙ୍କୁ ୧୦ଟି ବିଚିତ୍ର ଫୁଲ୍ ସମ୍ପର୍କରେ କହିବାକୁ ଯାଉଛୁ ।

୧. ବ୍ଲିଡିଂ ହାର୍ଟ

ଅଫିମ୍ ଗଛ ଏକ ଅଲଗା ପ୍ରଜାତିର ଗଛ ହୋଇଥାଏ । ଏଥିରେ ଫୁଟୁଥିବା ଫୁଲକୁ ବ୍ଲିଡିଂ ହାର୍ଟ କୁହାଯାଏ । ଏହାକୁ ଦେଖିଲେ ଏପରି ଲାଗେ ଯେପରି ହାର୍ଟରୁ ରକ୍ତ ଟୋପା ଖସୁଛି । ତେଣୁ ଏହାର ଏପରି ନାମକରଣ କରାଯାଇଛି । ତେବେ ଏହାର ପୂରା ସୁନ୍ଦରତା ଫୁଲଟି ସମ୍ପୂର୍ଣ୍ଣ ଫୁଟିବା ପରେ ହିଁ ଦେଖାଯାଇଥାଏ । ଏହି ଫୁଲ ସାଇବେରିୟା, ଉତ୍ତର ଚାଇନା, କୋରିୟା ଏବଂ ଜାପାନ ରେ ଦେଖିବାକୁ ମିଳେ ।

୨. ପ୍ୟାରୋଟ୍ ଫ୍ଲାୱାର୍

ବାଲସୈମ୍ ପ୍ରଜାତିର ଗଛରେ ଫୁଟୁଥିବା ଏହି ଫୁଲ ହେଉଛି ଖୁବ୍ ସୁନ୍ଦର । ବୈଜ୍ଞାନିକ ଭାଷାରେ ଏହାକୁ ଇମପେଶିୟନ୍ସ ସିଟୈସିନା କୁହାଯାଏ । ଏହି ଫୁଲର ରଙ୍ଗ ପର୍ପଲ ଓ କେରମାଇନ୍ ରେଡ୍ । ଯଦି ଆପଣ ଏହାକୁ ଏକ ପାଖରୁ ଦେଖିବେ ତେବେ ଏହା ଆପଣଙ୍କୁ ଏକ ଚଢ଼େଇ ପରି ଦୃଶ୍ୟମାନ ହେବ । ତେଣୁ ଏହାର ନାମ ପ୍ୟାରଟ୍ ଫ୍ଲାୱାର୍ । ଥାଇଲାଣ୍ଡ, ମିଆଁମାର୍ ଏବଂ ଭାରତର କିଛି ଅଞ୍ଚଳରେ ଏହି ଫୁଲକୁ ଦେଖିବାକୁ ମିଳେ ।

୩. ବୈଲାରିନା ଅର୍ଚିଡ୍

ଏହା ଏକ ପ୍ଲାଣ୍ଟ ଅର୍ଥାେତ୍ ଛୋଟ ଗଛରେ ଫୁଟିଥାଏ । ଏହାକୁ ଟେରୀଷ୍ଟ୍ରିଆଲ୍ ସ୍ପାଇଡର୍ ଅର୍ଚିଡ୍ କୁହାଯାଏ । ଏହି ଗଛ ସମୂହ ଭାବରେ ଉଠିଥାଏ । ଏହା ଖାସ୍ କରି ଅଷ୍ଟ୍ରେଲିୟାରେ ଦେଖାଯାଏ । ଏହି ଫୁଲକୁ ଆପଣ ସାମନା ପଟରୁ ଦେଖିବେ ତେବେ ଏହାର ରଙ୍ଗ ଏକ ବୈଲରିନା ଡାନ୍ସର୍ ପରି ଦେଖିବାକୁ ମିଳିବ । ହେଲେ ଏହି ଫୁଲକୁ ଠେକୁଆ ଓ କଙ୍ଗାରୁ ଖାଇଯାଆନ୍ତି । ତେଣୁ ଏହାକୁ ଅଧିକ ଦେଖିବାକୁ ମିଳେ ନାହିଁ ।

୪. ଡକ୍ ଅର୍ଚିଡ୍

କୈଲିୟାନା ସାଧାରଣତଃ ଡକ୍ ଅର୍ଚିଡ୍ ଭାବରେ ଜଣାଶୁଣା । କାରଣ ଏହି ଫୁଳଟି ଦେଖିବାକୁ ବତକ ଆକୃତିର । ଏପରି ଲାଗେ ବତକଟି ଉଡ଼ୁଛି ଓ ନିଜ ପରରୁ ଉପରକୁ ଟେକି ରଖିଛି । ଏହି ଫୁଲ ତାସମାନିଆ ଓ ଅଷ୍ଟ୍ରେଲିୟାରେ ଦେଖିବାକୁ ମିଳେ ।

୫. ସ୍ନାପଡ୍ରାଗନ୍ ବା କଙ୍କାଳ ଫୁଲ

ୟୁରୋପ, ଆମେରିକା ଓ ଉତ୍ତର ଆଫ୍ରିକାରେ ଏହି ଫୁଲକୁ ଦେଖିବାକୁ ମିଳେ । ଏହାକୁ ଡ୍ରାଗନ୍ ଫ୍ଲାୱାର୍ କିମ୍ବା ସ୍ନାପଡ୍ରାଗନ୍ ବୋଲି କୁହାଯାଇଥାଏ । ଯେତେବେଳେ ଏହି ଫୁଲ୍ ଫୁଟିଥାଏ ଏହାର ପତ୍ର ଡ୍ରାଗନ୍ ଆକୃତିର ହୋଇଯାଏ । ଫୁଲ ଫୁଟିବା ପରେ ଝଡିଯିବା ପରେ ଏହାର ପତ୍ର ଏକଦମ୍ କଙ୍କାଳ ପରି ଦେଖାଯାଏ ।

୬. ହୋଲି ଘୋଷ୍ଟ ଅର୍ଚିଡ୍

ପେରିଷ୍ଟେରୀଆ ଏକ ପ୍ରକାର ଅର୍ଚିଡ୍ ଫୁଲ୍ । ଏହାର ସାଧାରଣତଃ ଦକ୍ଷିଣ ଆମେରିକା, ପାନାମା, କୋଷ୍ଟାରିକା ପଟରେ ଦେଖିବାକୁ ମିଳେ । ଏହାକୁ ଦେଖିଲେ ଏପରି ଲାଗେ ଯେପରି ଧଳା ପରସ୍ତ ଭିତରେ କୌଣସି ଏକ ଜିନିଷ ଲୁଚି ରହିଛି ।

୭. ନେକେଡ୍ ମେନ୍ ଅର୍ଚିଡ୍

ନେକେଡ୍ ମେନ୍ ଅର୍ଚିଡ୍ କୁ ଅର୍ଚିସ୍ ଇଟାଲିକା ବୋଲି କୁହାଯାଇଥାଏ । ଏହା ଇଟାଲି ଏବଂ ଭୁମଧ୍ୟସାଗର ଆଖପାଖରେ ଫୁଟିଥାଏ । ଏହା ସଂପୃକ୍ତ ଅଞ୍ଚଳରେ ଅନେକ ସଂଖ୍ୟାରେ ଫୁଟିଥାଏ । ଏହାର ଚାଷ ମଧ୍ୟ କରାଯାଏ । ଏହାକୁ ଦେଖିଲେ ଏପରି ଲାଗେ ଯେପରି କୌରସି ଏକ ପୁରୁଷ ଏହା ଭିତରେ ନଗ୍ନ ଅବସ୍ଥାରେ ରହିଛି ।

୮. ମଙ୍କି ଅର୍ଚିଡ୍

ମଙ୍କି ଅର୍ଚିଡ୍ କୁ ଦ ଡ୍ରାକୁଲା ସିମିୟା ମଧ୍ୟ କୁହାଯାଏ । ଏହାକୁ ମାଙ୍କଡ ପରି ଡ୍ରାକୁଲା ବୋଲି ମଧ୍ୟ କୁହାଯାଏ । ଏହାର ଏକ ଦୁର୍ଲଭ ପ୍ରଭାତିର ଫୁଲ । ଏହା ଇକ୍ୱେଡର୍ ର ଦକ୍ଷିଣ ଅଞ୍ଚଳରେ ନଜର ଆସିଥାଏ । ଏହି ଫୁଏକୁ ଧ୍ୟାନର ସହ ଦେଖିଲେ ଏକ ମାଙ୍କଡ ପରି ଦେଖାଯାଏ । ଏହାର ଏକ ଦୁର୍ଗନ୍ଧମୟ ଫୁଲ ।

୯. ହୁକର୍ସ ଲିପ୍ସ

ଏହି ଫୁଲକୁ ହୁକର୍ସ ଲିପ୍ସ ବା କିସିଂ ଲିପ୍ସ ବୋଲି କୁହାଯାଏ । ଏହା ମଧ୍ୟ ଓ ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥାଏ । ଏହାର ପାଖୁଡ଼ା ଗାଢ଼ ଲାଲ୍ ରଙ୍ଗର ହୋଇଥାଏ ।

୧୦. ସ୍ୱେଡଲ୍ଡ ବେବିସ୍

କୌଣସି ଏକ କପଡ଼ାରେ ଘୋଡ଼ାଯାଇଥିବା ଛୁଆ ପରି ଦେଖାଯାଏ ସ୍ୱେଡଲ୍ଡ ବେବିସ୍ ଫ୍ଲାୱାର୍ । ଏହା ଏକ ଅର୍ଚିଡ୍ । ଏହା କଲମ୍ବିଆ ରେ ଦେଖାଯାଏ ।

 

Get real time updates directly on you device, subscribe now.