fbpx

ଖଣ୍ଡିମଙ୍ଗଳପୁର ଗାଁରୁ ୧୩ ବସ୍ତା ଭାଙ୍ଗ ଜବତ କଲା ଅବକାରୀ ବିଭାଗ: ଜଣେ ଅଟକ ,ଜଣେ ଫେରାର

ଡେଲାଙ୍ଗ, (ଭାସ୍କର ନ୍ୟୁଜ୍‌) : ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ପଞ୍ଚାୟତ ଅଧୀନ ଖଣ୍ଡିମଙ୍ଗଳପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ ଅବକାରୀ ପୋଲିସ ୧୩ ବସ୍ତା ଭାଙ୍ଗ ଜବତ କରିଥିବା ନେଇ ସୂଚନା ମିଳିଛି । ପ୍ରାପ୍ତ ଖବର ଅନୁଯାୟୀ, ବିଶେଷ ସୁତ୍ରରୁ ଖବର ପାଇ ପିିପିଲି ଅବକାରୀ ଥାନା ଅଧିକାରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ଖଣ୍ଡିମଙ୍ଗଳପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରିବା ସମୟରେ ପୂର୍ବ ସୂଚନା ପାଇ ଅଭିଯୁକ୍ତ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ଅଭିଯୁକ୍ତ ଘରୁ ଅବକାରୀ ପୋଲିସ ୧୩ବ ସ୍ତା ଭାଙ୍ଗ ଜବତ କରିଥିବା ନେଇ ଏଏସ୍‌ଆଇ ଶ୍ରୀମଲ୍ଲିକ ସୂଚନା ଦେଇଛନ୍ତି ।

ତେବେ ଜବତ ହୋଇଥିବା ଭାଙ୍ଗ ବସ୍ତା ଗୁଡ଼ିକୁ ଜୟପୁର ଗ୍ରାମର ଜଣେ ବ୍ୟକ୍ତି ତାଙ୍କ ଘରେ ରଖିଥିବା ନେଇ ଫେରାର ହୋଇଥିବା ବ୍ୟକ୍ତିଙ୍କ ପରିବାରଲୋକେ ଅବକାରୀ ଦଳଙ୍କୁ ସଫେଇ ଦେଇଥିବା ନେଇ ଶ୍ରୀ ମଲ୍ଲିକ କହିଛନ୍ତି । ଏହି ଘଟଣାରେ ଅବକାରୀ ପୁଲିସ ଜୟପୁର ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି । ତେବେ ସାଧାରଣରେ ଜବତ ହୋଇଥିବା ଦ୍ରବ୍ୟ ଗଞ୍ଜେଇ ଭର୍ତ୍ତି ବସ୍ତା ବୋଲି ଆଲୋଚନା ହେଉଥିବା ବେଳେ ଅବକାରୀ ଅଧିକାରୀ ଶ୍ରୀମଲ୍ଲିକ ଏହା ଭାଙ୍ଗ ବସ୍ତା ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.