fbpx

ଯୌତୁକ ନିର୍ଯ୍ୟାତନା ମାମଲାରେ ୨ ମାସ ପର୍ଯ୍ୟନ୍ତ କରାଯିବନି ଗିରଫ: ହାଇକୋର୍ଟ

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିଛନ୍ତି ଯେ, ବୈବାହିକ ମାମଲାରେ ଏଫଆଇଆର ରୁଜୁ ହେବା ପରେ ଦୁଇ ମାସର ‘କୁଲିଂ ଅବଧି’ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ମୁକେଶ ବନସାଲ, ତାଙ୍କ ପତ୍ନୀ ମଞ୍ଜୁ ବନସାଲ ଏବଂ ପୁଅ ସାହିବ ବନସଲଙ୍କ ଦ୍ୱାରା ଦାଖଲ ହୋଇଥିବା ସଂଶୋଧନ ଆବେଦନ ଶୁଣିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ରାହୁଲ ଚର୍ଦ୍ଦୁବେଦୀ ।

କୋର୍ଟ କହିଛନ୍ତି ଯେ, ଏହି ‘କୁଲିଂ ଅବଧି’ରେ ମାମଲାକୁ ତୁରନ୍ତ ପରିବାର କଲ୍ୟାଣ କମିଟିକୁ ପଠାଯିବ । ମାମଲଚୁ ସେହି କମିଟିକୁ ପଠାଯିବ, ଯେଉଁଥିରେ ଆଇପିସିର ଧାରା ୪୯୮ଏ (ଯୌତୁକ ନିର୍ଯ୍ୟାତନା) ଏବଂ ଅନ୍ୟାନ୍ୟ ବିଭାଗ ରହିଛି ।

ତେବେ ସୋମବାର କୋର୍ଟ ତାଙ୍କ ରାୟରେ ଶାଶୁ ମଞ୍ଜୁ ଏବଂ ଶ୍ୱଶୁର ମୁକେଶଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ସ୍ୱାମୀ ସାହିବ ବନସଲଙ୍କ ଆବେଦନକୁ ଖାରଜ କରି କୋର୍ଟ ଚାଲାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ କହିଛନ୍ତି, ‘ସାଧାରଣତଃ ଦେଖିବାକୁ ମିଳିଥାଏ କି ପ୍ରତ୍ୟେକ ବୈବାହିକ ମାମଲାକୁ ଅନେକ ଥର ବଢ଼ାଇ ଚଢ଼ାଇ ଉପସ୍ଥାପିତ କରାଯାଏ, ଯେଉଁଥିରେ ସ୍ୱାମୀ ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ବିରୋଧରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ ହୋଇଥାଏ । ଆଜିକାଲି ଏହା ନିର୍ଦ୍ଦିଷ୍ଟ ଭାବରେ ଚାଲିଛି, ଯାହା ଆମ ସମାଜ ଉପରେ ଖରାପ ପ୍ରଭାବ ପକାଉଛି ।’

Get real time updates directly on you device, subscribe now.