fbpx
BJD SKY
BJD SKY

ସିଧିରେ ଭୟଙ୍କର ବସ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ, ୫୦ ଆହତ

BJD

ସିଧି: ମଧ୍ୟପ୍ରଦେଶର ସିଧି ଜିଲ୍ଲାରେ ଘଟିଯାଇଛି ଏକ ଭୟଙ୍କର ଦୁର୍ଘଟଣା । ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ଲଗାତାର ୩ଟି ବସକୁ ଧକ୍କା ଦେଇଛି । ଯେଉଁଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଏ ନେଇ ଖବର ପାଇବା ପରେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ପ୍ରାଣ ହରାଇଥିବା ୧୩ ଜଣଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦୁୂଃଖପ୍ରକାଶ କରିଛନ୍ତି । ତେଣୁପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବା ସହ ଆହତମାନଙ୍କୁ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟା ସମୟରେ ୩ଟି ବସ ମୋହନିୟା ଟନଲ ନିକଟରେ ଠିଆ ହୋଇଥିଲା । ତେବେ ଏହି ସମୟରେ ଏକ ଟ୍ରକ ଦ୍ରୁତ ଗତିରେ ଆସି ବସଗୁଡିକୁ ଧକ୍କା ଦେଇ ଚାଲିଯାଇଛି । ତେବେ ଟ୍ରକର ବେଗ ଏତେ ଅଧିକ ଥିଲା ଯେ, ୨ଟି ବସ ଦୁର୍ଘଟଣା ପରେ ଘାଟି ତଳକୁ ଖସି ପଡଇଥିବା ବେଳେ ଗୋଟିଏ ବସ ରାସ୍ତା ଉପରେ ହିଁ ଓଲଟିପଡିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟକ୍ରମରୁ ଫେରିବା ବେଳେ ଏହି ଦୁର୍ଘଟଣା ଘଟିଯାଇଛି । ତେବେ ଟ୍ରକର ଚକା ଫାଟିଯିବାର ଏହା ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଫଳରେ ଏମିତି ଏକ ଭୟଙ୍କର ଦୁର୍ଘଟଣା ହୋଇଥିବା ଜାଣିବାକୁ ମିଳିଛି । ଏଥିରେ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା େବେଳେ ୫୦ରୁ ଅଧିକ ଲେଶକ ଆହତ ହୋଇଛନ୍ତି । ତେବେ ଆହତ ହୋଇଥିବା ଯାତ୍ରୀମାନଙ୍କ ଚିକିତ୍ସ ପାଇଁ ସମସ୍ତ ପ୍ରକାର ବ୍ୟସ୍ଥା କରାଯାଇଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାଛଡା ଯଦି ଆବଶ୍ୟକ ହୁଏ, ସେମାନଙ୍କୁ ଏୟାର ଆମ୍ବୁଲାନ୍ସ ଦ୍ୱାରା ନିଆଯାଇ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ବୋଳଇ ମଧ୍ୟ ପ୍ରକାଶ କରିଛନ୍ତି ।

ତେବେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏମାନଙ୍କ ପରିବାରକୁ କ୍ଷତିପୂରଣରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଏବଂ ଆହତଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି । ଏହା ବ୍ୟତୀତ ପରିବାରରେ ଯଦି କୌଣସି ବ୍ୟକ୍ତି ସରକାରୀ ଚାକିରି ପାଇଁ ଯୋଗ୍ୟ ହୋଇଥିବେ, ତେବେ ଯୋଗ୍ୟତା ଅନୁସାରେ ତାଙ୍କୁ ଚାକିରି ଯୋଗାଇ ଦିଆଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତୀ । ତେବେ ଏହି କ୍ଷତିପୂରଣ ରାଶିକୁ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି ପୂର୍ବ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ । ମୃତକଙ୍କ ପରିବାରକୁ ୫୦ଲକ୍ଷ ଏବଂ ଆହତଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସେ ଦାବି କରିଛନ୍ତି ।

Get real time updates directly on you device, subscribe now.