୧୩ ବିଶ୍ୱବିଦ୍ୟାଳୟରେ ନିଯୁକ୍ତ ହେବେ କୂଳପତି, ଜୁଲାଇ ୫ ଆବେଦନର ଶେଷ ତାରିଖ

ଭୁବନେଶ୍ୱର: ରାଜ୍ୟରେ ୧୩ ବିଶ୍ୱବିଦ୍ୟାଳୟରେ କୂଳପତି ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ ୧୦ ବର୍ଷ ଅଭିଜ୍ଞତା ଥିବା ଦରକାର । ସମକକ୍ଷ ପଦବୀରେ ୧୦ ବର୍ଷ କାର୍ଯ୍ୟ କରିବା ଅଭିଜ୍ଞତା ଥିବା ଜରୁରୀ ।

୨୦୨୫ ଡିସେମ୍ବର ୧ ସୁଦ୍ଧା ବୟଦ ୬୬ ବର୍ଷରୁ କମ ହୋଇଥିବା ଆବଶ୍ୟକ । ଆବେଦନ ପାଇଁ ଶେଷ ତାରିଖ ଜୁଲାଇ ୫ ।