fbpx

ଗିଜରରୁ ଲିକ୍ ହୋଇଥିବା ବିଷାକ୍ତ ଗ୍ୟାସ୍ ଶୁଂଘି ଆଖି ବୁଜିଲା ୧୩ ବର୍ଷର ଝିଅ

ନୂଆଦିଲ୍ଲୀ: ଗୋଟିଏ ୧୩ ବର୍ଷର ଝିଅ ଗିଜର୍ ରୁ ଲିକ୍ ହୋଇଥିବା ବିଷାକ୍ତ ଗ୍ୟାସ୍ ଶୁଂଘି ମୃତ୍ୟୁବରଣ କରିଛି । ଏହିଭଳି ଏକ ଘଟଣା ରାଜଧାନୀ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଘଟିଛି । ସୂଚନା ଯେ, ତାଙ୍କ ଘରେ ଲାଗିଥିବା ଗିଜରରୁ ଜାନୁଆରୀ ୩୧ ତାରିଖ ଦିନ ବିଷାକ୍ତ କାର୍ବନ୍ ମୋନୋକ୍ସାଇଡ୍ ଗ୍ୟାସ୍ ଲିକ୍ ହୋଇଥିଲା । ଯାହାପରେ ଉକ୍ତ ୧୩ ବର୍ଷର ଝିଅ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲା ।

ପୋଲିସ୍ ର କହିବା ମୁତାବକ, ଜାନୁଆରୀ ୩୧ ତାରିଖ ଦିନ ଝିଅକୁ ବାଥରୁମ୍ କୁ ଗାଧୋଇବାକୁ ଯାଇଥିଲା । ଯେତେବେଳେ ସେ ଦୀର୍ଘ ସମୟ ଧରି ବାଥରୁମ୍ ରୁ ବାହାରିଥିଲା, ସେତେବେଳେ ଘର ଲୋକଙ୍କ ସନ୍ଦେହ ହୋଇଥିଲା । ତେଣୁ ସେମାନେ ବାଥରୁମ୍ କବାଟକୁ ଭାଙ୍ଗିଦେଇଥିଲେ ଓ ଝିଅକୁ ହସ୍ପିଟାଲକୁ ନେଇ ଥିଲେ । ସେଠାରେ ଡାକ୍ତର ତାକୁ ମୃତ ବୋଲି ଘୋଷଣା କରିଥିଲେ । ପୋଷ୍ଟ୍ ମଟମ୍ ରିପୋର୍ଟରୁ ଗିଜର୍ ରୁ ଲିକ୍ ହୋଇଥିବା କାର୍ବନ୍ ମନୋକ୍ସାଇଡ୍ ଗ୍ୟାସ୍ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.