fbpx

ଭୁବନେଶ୍ୱରରୁ ଆଜି ୧୩୫୩ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୬ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବା ବେଳେ କରୋନା ଟାର୍ଗେଟରେ ରହିଛି ଭୁବନେଶ୍ୱର । ରାଜଧାନୀ ଭୁବନେଶ୍ୱରରେ ପୁଣି ୧୩୫୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୮ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୧୩୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୯୩୮ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କ୍ରମରେ ଭୁବନେଶ୍ୱରରେ ପଜିଟିଭ ସଂଖ୍ୟା ୬୧ ହଜାର ୬୩୪ କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ୪୯ ହଜାର ୨୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୧୨,୯୦୬ ଜଣ ଚିକିତ୍ସିତ ହେଉଥିବା ବେଳେ ୨୯୩ ଜଣଙ୍କର ମୃତ୍ୟୁ ହୋଇଛି ।

ଭୁବନେଶ୍ୱର ସଂକ୍ରମଣରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପଟିଆରୁ ସର୍ବାଧିକ ୧୦୨ ଜଣ ଅଛନ୍ତି । ସେହିପରି ନୟାପଲ୍ଲୀରୁ ୭୮ ଜଣ ଥିବା ବେଳେ, ଓଲ୍ଡ ଟାଉନରୁ ୫୯, ଖଣ୍ଡଗିରି, ଡୁମୁଡୁମା ଓ ଲକ୍ଷ୍ମୀସାଗରରୁ ୪୫ ଜଣ ଲେଖାଏଁ, ଝାରପଡ଼ାରୁ ୩୭, ଚନ୍ଦ୍ରଶେଖରପୁରରୁ ୩୦, ବରମୁଣ୍ଡାରୁ ୨୮, ନୀଳାଦ୍ରିବିହାରରୁ ୨୫, ୟୁନିଟ୍-୮ରୁ ୨୫, ଜୟଦେବ ବିହାରରୁ ୨୦, ମଞ୍ଚେଶ୍ବରରୁ ୧୬, ରସୁଲଗଡ଼ରୁ ୩୭, ସହିଦନଗରରୁ ୩୬, ପଳାଶପଲ୍ଲୀରୁ ୨୫, ୟୁନିଟ-୬ରୁ ୨୨, ୟୁନିଟ-୯ରୁ ୨୫, ପୋଖରୀପୁଟ ଓ ପାତ୍ରପଡ଼ାରୁ ୨୩ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.