ଯୋଡା: ପୁଣି ଚିନ୍ତା ବଢାଇଲା ଗୋଷ୍ଠୀ ସଂଘର୍ଷ । ଦୁଇ ଦଳ ଭିତରେ ଗଣ୍ଡଗୋଳ ଏତେ ବଢିଥିଲା ଯେ, ପ୍ରଶାସନ ଶେଷରେ ଏଠି ୧୪୪ ଧାରା ଲାଗୁ କରିବା ପାଇଁ ବାଧ୍ୟ ହୋଇଛି । ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ଏମିତି ଏକ ପଦକ୍ଷେପ ନେଇଛି ପ୍ରଶାସନ । ଯୋଡା ସହରରେ ଦୁଇଟି ଗୋଷ୍ଠୀ ମଧ୍ୟରେ ସଂଘର୍ଷ ସୃଷ୍ଟି ହୋଇଛି । ଯାହା ଫଳରେ ପ୍ରଶାସନ ଏଠାରେ ୧୪୪ ଧାରା ଲାଗୁ କରିଛି । ଏହାପରେ ମାମଲାକୁ ବୁଝାସୁଝା କରି ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ କରୁଛି ପୋଲିସ ।