fbpx

Teachers Dayରେ PM ମୋଦୀଙ୍କ ବଡ଼ ଘୋଷଣା: PM-SHRI ଯୋଜନାରେ ଅପଗ୍ରେଡ୍ ହେବ ସମଗ୍ର ଦେଶର ୧୪,୫୦୦ ସ୍କୁଲ

ନୂଆଦିଲ୍ଲୀ: ଆଜି ଶିକ୍ଷକ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍କୁଲସ୍ ଫର ରାଇଜିଂ ଇଣ୍ଡିଆ (ପିଏମ ଶ୍ରୀ) ଯୋଜନା ଅଧୀନରେ ସମଗ୍ର ଦେଶର ୧୪,୫୦୦ ସ୍କୁଲକୁ ଅପଗ୍ରେଡ୍ କରାଯିବ । ଏ ବାବଦରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଥିବା ଜଣାପଡ଼ିଛି । ଶିକ୍ଷକ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶର ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ଏକ ନୂଆ ଉପହାର ପ୍ରଦାନ କରିଛନ୍ତି ।

ଏନେଇ ମୋଦୀ ଟ୍ୱିଟ୍ କରିଛନ୍ତି, ‘ଆଜି ଶିକ୍ଷକ ଦିବସରେ ଏକ ନୂଆ ଘୋଷଣା କରିବା ମୋତେ ବହୁତ ଖୁସି ଦେଇଛି । ‘ପିଏମ-ଶ୍ରୀ’ ଯୋଜନା ଅଧିନରେ ଭାରତବର୍ଷର ୧୪,୫୦୦ ସ୍କୁଲର ବିକାଶ ଓ ଉନ୍ନୟନ ହେବ । ଏହି ସ୍କୁଲଗୁଡ଼ିକ ମଡେଲ ସ୍କୁଲ ବନିବ ଓ ଏହା ଜାତୀୟ ଶିକ୍ଷା ନୀତି (ଏନଇପି)ର ସମଗ୍ର ଭାବନାକୁ ସମାହିତ କରିବ ।’

ମୋଦୀ କହିଛନ୍ତି, ପିଏମ-ଶ୍ରୀ ସ୍କୁଲ ଶିକ୍ଷା ପ୍ରଦାନ କରିବାର ଏକ ଆଧୁନିକ, ପରିବର୍ତ୍ତନକାରୀ ଓ ସମଗ୍ର ତରିକା ଭାବେ ସାବ୍ୟସ୍ତ ହେବ । ଏହି ସ୍କୁଲଗୁଡ଼ିକରେ ଲାଟେଷ୍ଟ ଟେକନିକ, ସ୍ମାର୍ଟ କ୍ଲାସରୁମ, ଖେଳ ଓ ଅନ୍ୟ ଆଧୁନିକ ବିକାଶ ଉପରେ ଗୁରୁତ୍ୱ ଦିଆଯିବ । ଏନଇପି କିଛି ବର୍ଷ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିଛି । ପିଏମ-ଶ୍ରୀ ସ୍କୁଲ ଏନଇପିର ଭାବନାକୁ ପୂରଣ କରିବା ସହ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ବିକାଶ ଦିଗରେ ସହାୟକ ହେବ ।

Get real time updates directly on you device, subscribe now.