fbpx

ଆଭେଶ ଖାନଙ୍କ ଘାତକ ବୋଲିଂ ପରେ ଶନକାଙ୍କ ଅର୍ଦ୍ଧଶତକ: ଭାରତ ଆଗରେ ୧୪୭ ରନର ଟାର୍ଗେଟ

ନୂଆଦିଲ୍ଳୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ଅନ୍ତିମ ଟି-୨୦ ମୁକାବିଲାରେ ଭାରତ ସମ୍ମୁଖରେ ୧୪୭ ରନର ଟାର୍ଗେଟ ରହିଛି । କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଥିବା ଭାରତ ଟସ୍ ହାରି ପ୍ରଥମେ ବୋଲିଂ କରିଥିବା ବେଳେ ଆଭେଶ ଖାନ ଚମକ୍ରାର ବୋଲିଂ କରିଥିଲେ । ପ୍ରଥମ ସ୍ପେଲର ୩ ଓଭରରେ ମାତ୍ର ୪ ରନ ଦେଇ ଦୁଇଟି ୱିକେଟ ନେବା ସହିତ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।

ଧର୍ମଶାଳାରେ ଖେଳା ଯାଉଥିବା ସିରଜର ଅନ୍ତିମ ମୁକାବିଲାରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ । ତେବେ ଆଭେଶ୍ ଖାନ୍ ଏବଂ ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ଫଳରେ ଶ୍ରୀଲଙ୍କା ମାତ୍ର ୧୧ ରନରେ ୩ଟି ୱିକେଟ ହରାଇଥିଲା । ଦଳ ୬୦ ରନରେ ୫ ୱିକେଟ ହରାଇବା ପରେ ଅଧିନାୟକ ଦଶୁନ ସନକା ଇନିଂସ ସମ୍ଭାଳିଥିଲେ । ଗୋଟିଏ ପଟୁ ନିୟମିତ ୱିକେଟ ପଡି ଚାଲିଥିଲେ ହେଁ ଶନକା ମାତ୍ର ୩୮ ବଲ ଖେଳି ୭୪ ରନ କରିଥିଲେ । ଏହି ଇନିଂସରେ ୯ଟି ଚୌକା ଓ ଦୁଇଟି ଛକା ସାମିଲ ଥିଲା । ଭାରତ ପକ୍ଷରୁ ଆଭେଶ ଖାନ ୨୨ ରନରେ ଦୁଇଟି ୱିକେଟ ନେଇଥିବା ବେଳେ ଅନ୍ୟ ସମସ୍ତେ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.