fbpx

ପଞ୍ଚାୟତ ନିର୍ବାଚନ: ଦ୍ୱିତୀୟ ଦିନରେ ବି ଆଗରେ ବିଜେଡି, ଜାଣନ୍ତୁ ବିଜେପି ଓ କଂଗ୍ରେସର ସ୍ଥିତି

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସରିଥିବା ବେଳେ ଶନିବାରଠାରୁ ଭୋଟ ଗଣତି ଆରମ୍ଭ ହୋଇଛି । ସମୁଦାୟ ୮୫୧ ଜିଲ୍ଲା ପରିଷଦ ଜୋନ ପାଇଁ ଗଣତି କରାଯାଉଛି । ରବିବାର ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଦ୍ୱିତୀୟ ଦିନ । ପ୍ରଥମ ଦିନର ୩୧୫ ରୁ ୩୧୪ ଜୋନର ଫଳାଫଳ ଆସିସାରିଛି । ଯେଉଁଥିରେ ବିଜେଡିକୁ ୨୮୧, କଂଗ୍ରେସ ୧୬ ବିଜେପି ୧୩, ଏବଂ ଅନ୍ୟାନ୍ୟ ପ୍ରାର୍ଥୀ ୫ ଜୋନ ସହ ଆଗୁଆ ରହିଛନ୍ତି ।

ସେହିପରି ଆଜି ଦ୍ୱିତୀୟ ଦିନରେ ରାତି ୮ଟା ସୁଦ୍ଧା ସମୁଦାୟ ୬୨୦ ଆସନର ଫଳାଫଳ ଆସିସାରିଛି । ଯେଉଁଥିରେ ବିଜେଡି ୫୫୦, ବିଜେପି ୩୧, କଂଗ୍ରେସ ୩୨ ଏବଂ ଅନ୍ୟାନ୍ୟ ୭ ଟି ଆସନରେ ଆଗୁଆ ରହିଛନ୍ତି ।

Get real time updates directly on you device, subscribe now.