fbpx
BSKY
BJD YOUTH SKY
BJD MS SKY

ବିକିନି ଛାଡି ବନ୍ଧୁକ ଧରିଲେ ବିଶ୍ୱ ସୁନ୍ଦରୀ: ଋଷ ବିରୋଧରେ ଲଢିବା ପାଇଁ ଇନଷ୍ଟାଗ୍ରାମରେ କଲେ ଅନୁରୋଧ[Video]

ନୂଆଦିଲ୍ଳୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪ ଦିନ ବିତିବାକୁ ବସିଲାଣି । ଏହା ମଧ୍ୟରେ ଖାରକିଭରୁ ଋଷୀୟ ସୈନ୍ୟଙ୍କୁ ବିତାଡିତ କରିଛି ୟୁକ୍ରେନ୍ । ତେବେ ଏପରି ପରସ୍ଥିତିରେ ୟୁକ୍ରେନର ରକ୍ଷା ପାଇଁ ଆଗକୁ ବାହାରିଛନ୍ତି ବିଶ୍ୱ ସୁନ୍ଦରୀ ଆନାଷ୍ଟାସିଆ ଲେନ୍ନା । ମହିଳା ସାଂସଦ କିରା ରୁଡିକଙ୍କ ପରେ ଦ୍ୱିତୀୟ ମହିଳା ଭାବରେ ବନ୍ଧୁକ ଧରିଛନ୍ତି । ଏହା ସହିତ ଦେଶବାସୀଙ୍କୁ ନିଜର ଅଖଣ୍ଡତା ରକ୍ଷା କରିବା ପାଇଁ ଲେନା ଅନୁରୋଧ କରିଛନ୍ତି ।

ଆନାଷ୍ଟେସିଆ ଲେନ୍ନା ୨୦୧୫ରେ ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ବ୍ୟୁଟି ଟାଇଟଲ ହାସଲ କରିଥିଲେ । ତେବେ ରାଷ୍ଟ୍ର ବିପଦରେ ପଡିଥିବା ବେଳେ ନିଜ ବ୍ୟୁଟି ପିଜାଣ୍ଟକୁ ପଛରେ ପକାଇ ହତିଆର ଉଠାଇଛନ୍ତି । ନିଜ ଇନଷ୍ଟାଗ୍ରାମରେ କିଛି ପୋଷ୍ଟ ମଧ୍ୟ କରି ଲୋକଙ୍କୁ ଲଢେଇ ପାଇଁ ପ୍ରେରଣା ଯୋଗାଇଛନ୍ତି ।

Get real time updates directly on you device, subscribe now.