fbpx

ପଶ୍ଚିମ ଦିଗରେ ଅଗ୍ରସର ହୁଅ: ୟୁକ୍ରେନରେ ଫସିଥିବା ନାଗରିକଙ୍କୁ ପରାମର୍ଶ ଦେଲେ ଭାରତୀୟ ଦୂତାବାସ

AAKASH

ନୂଆଦିଲ୍ଲୀ: ୟୁକ୍ରେନ ଋଷ ଯୁଦ୍ଧ ଭିତରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ନୂଆ ଏକ ସନ୍ଦେଶ ଦେଇଛନ୍ତି ପୂର୍ବ ୟୁରୋପୀୟ ଦେଶର ଭାରତୀୟ ଦୂତାବାସ । ସୁରକ୍ଷା ସ୍ଥିତି ଏବଂ ଲାଗୁ ହୋଇଥିବା ନିୟମକୁ ନଜରରେ ରଖି ସଂଘର୍ଷ ଚାଲୁଥିବା କ୍ଷେତ୍ରର ପଶ୍ଚିମ ଦିଗକୁ ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି । କିଭରୁ ପ୍ରଥମେ ଆସ ଏବଂ ପ୍ରଥମେ ପାଅ ଆଧାରରେ ୟୁକ୍ରେନ ରେଲୱେ ମାଗଣା ଆପାତକାଳୀନ ଟ୍ରେନର ଆୟୋଜନ କରିଛି । ଟ୍ୱିଟ କରି ଏ ନେଇ ସୂଚନା ଦେଇଛନ୍ତି ଭାରତୀୟ ଦୂତାବାସ ।

ୟୁକ୍ରେନରୁ ରୋମାନିଆ ଏବଂ ହଙ୍ଗରୀ ରାସ୍ତା ଦେଇ ଭାରତୀୟ ନାଗରିକ ମାନଙ୍କୁ ଦେଶକୁ ଫେରାଇ ଅଣାଯାଉଛି । ଏଥିସହ ପଡୋଶୀ ରାଷ୍ଟ୍ର ସହ ଅଧିକ ସୀମା ଖୋଲିବା ପାଇଁ ନିରନ୍ତର ଚେଷ୍ଟା ଜାରି ରଖିଥିବା କହିଛନ୍ତି ଭାରତର ଏହି ଦୂତାବାସ । ତେବେ ସେଠାକାର ପରିସ୍ଥିତିକୁ ଆଖି ଆଗରେ ରଖି ଭାରତୀୟ ନାଗରିକଙ୍କୁ ସେ ଏହି ପରାମର୍ଶ ଦେଇଛନ୍ତି । ଯୁଦ୍ଧକ୍ଷେତ୍ରର ପଶ୍ଚିମ ଦିଗରେ ଆଗଭର ହେଲେ ସୁରକ୍ଷିତ ଭାବରେ ସ୍ୱଦେଶ ପହଞ୍ଚିପାରିବେ ବୋଲି ସେ ନାଗରିକମାନଙ୍କ ମନରେ ଆଶା ସଞ୍ଚାର କରିଛନ୍ତି ।

Get real time updates directly on you device, subscribe now.