ନିଷ୍ଠୁର ଲୋକ, ୧୫ ଦିନର ନବଜାତ ଶିଶୁକୁ ଜୀଅନ୍ତା ମାଟି ତଳେ ପୋତିଦେଲେ, ମାଟି ତଳୁ ଶୁଭୁଛି ଛୁଆର କାନ୍ଦ
ମାଟି ତଳୁ ଶୁଭୁଥିଲା ଛୁଆର କାନ୍ଦ।
ଉତ୍ତରପ୍ରଦେଶ: ସାମ୍ନାକୁ ଆସିଲା ଛାତି ଥରି ଉଠିବା ଭଳି ଘଟଣା। ୧୫ ଦିନର ନବଜାତ ନିଷ୍ପାପ ଛୁଆକୁ ମାଟିତଳେ ଜୀବନ୍ତ ପୋତିଦେଲେ ନର ରୂପୀ ରାକ୍ଷସ। ହେଲେ ଭଗବାନଙ୍କ ଆଶୀର୍ବାଦରୁ ପିଲାଟି ମାଟି ତଳେ ପୋତି ହୋଇ ମଧ୍ୟ ଜୀବନ୍ତ ଥିଲା।
କଥାଟି ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ନବଜାତ ଶିଶୁକୁ ଜୀବନ୍ତ ମାଟିତଳେ ପୋତା ଯାଇଥିଲା ସତ କିନ୍ତୁ ସେହି ରାସ୍ତା ଦେଇ ଯାଉଥିବା ଜଣେ ଲୋକ ମାଟିତଳୁ ଛୁଆର କାନ୍ଦ ଶବ୍ଦ ଶୁଣିବାକୁ ପାଇଥିଲେ।
ଏହାପରେ ଘଟଣାସ୍ଥଲକୁ ଯାଇ ଦେଖିବା ବେଳକୁ ନବଜାତ ଶିଶୁର ହାତ ମାଟିତଳୁ ବାହାରକୁ ବାହାରିଛି। ଏହାପରେ ସେ ସଙ୍ଗେ ସଙ୍ଗେ ମାଟି ଖୋଳି ଛୁଆକୁ ଉଦ୍ଧାର କରିଥିଲେ ଏବଂ ପୋଲିସକୁ ଖବର ଦେଇଥିଲେ।
ତେବେ ଘଟଣାଟି ହେଉଛି ଉତ୍ତରପ୍ରଦେଶର ଶାହଜାହାନପୁର ଜିଲ୍ଲାର ଜୈତିପୁର ଥାନା ଅଞ୍ଚଳର ଗୋଡାପୁର ଗାଁର। ଯେଉଁଠାରେ ରବିବାର ଦିନ ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଥିଲା।
ପ୍ରକୃତରେ ଯେତେବେଳେ ଜଣେ ଗାଁ ଲୋକ ରାସ୍ତାରେ ଯାଉଥିଲେ ସେତେବେଳେ ଖଏ ନିଛାଟିଆ ଜାଗାରୁ ମାଟି ତଳୁ ଛୋଟ ଛୁଆର କାନ୍ଦ ଶବ୍ଦ ଶୁଣିବାକୁ ପାଇଥିଲେ।
ଯେତେବେଳେ ସେ ପାଖକୁ ଯାଇ ଦେଖିଲେ ସେତେବେଳେ ମାଟିରୁ ବାହାରକୁ ବାହାରିଥିବା ଏକ ନବଜାତ ଶିଶୁର ହାତ ଦେଖିବାକୁ ପାଇଥିଲେ। ଏହି ହୃଦୟ ବିଦାରକ ପରିସ୍ଥିତି ଦେଖି ସେ ତୁରନ୍ତ ପୋଲିସକୁ ଏ ବିଷୟରେ ସୂଚନା ଦେଲେ।
ଶିଶୁଟି ନିଶ୍ୱାସ ନେଉଥିଲା: ସୂଚନା ମିଳିବା ମାତ୍ରେ ଜୈତିପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ଅଧୀକ୍ଷକ ରାଜେଶ ଦ୍ୱିବେଦୀ କହିଛନ୍ତି ଯେ ପୋଲିସ ବହୁତ ସତର୍କତାର ସହ ମାଟି କାଢି ଝିଅଟିକୁ ବାହାର କରିଥିଲା। ଝିଅଟି ନିଶ୍ୱାସ ନେଉଥିଲା ତା’ପରେ ତାକୁ ତୁରନ୍ତ ସ୍ଥାନୀୟ ସରକାରୀ ହସ୍ପିଟାଲକୁ ପଠାଯାଇଥିଲା।
ଝିଅଟିର ଗୁରୁତର ଅବସ୍ଥା ଦେଖି ତାକୁ ଶାହଜାହାନପୁର ମେଡିକାଲ କଲେଜକୁ ରେଫର କରାଯାଇଥିଲା। ମେଡିକାଲ କଲେଜର ପ୍ରିନ୍ସିପାଲ ରାଜେଶ କୁମାର କହିଛନ୍ତି ଯେ ଝିଅଟିକୁ ICUରେ ରଖାଯାଇଛି ଏବଂ ତା’ର ଅବସ୍ଥା ଏବେ ସ୍ଥିର ଅଛି।
ଝିଅଟିକୁ କିଏ ପୋତି ଦେଇଛି: ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ପୋଲିସ ଅଧୀକ୍ଷକ ଦ୍ୱିବେଦୀ କହିଛନ୍ତି ଯେ ସେ କାହାର ସନ୍ତାନ ଏବଂ କିଏ ତାଙ୍କୁ ଏତେ ନିଷ୍ଠୁର ଭାବରେ ପୋତି ଦେଇଛି ତାହା ଜାଣିବା ପାଇଁ ପ୍ରୟାସ କରାଯାଉଛି।