fbpx

ବର୍ଷକୁ ୧୫ ପ୍ରତିଶତ ସ୍କୁଲ ଫିସ୍ ଛାଡ ନେଇ ରାୟ ଦେଲେ ସୁପ୍ରିମ କୋର୍ଟ

ରାଜସ୍ଥାନ ୦୪ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିପାଇଁ ଦୀର୍ଘ ଦିନ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ଫଳରେ ସ୍କୁଲ ଫିସ୍ କୁ ନେଇ ଚିନ୍ତାରେ ଅଛନ୍ତି ଅଭିଭାବକ । ଭିନ୍ନ ଭିନ୍ନ ରାଜ୍ୟରେ ସ୍କୁଲ ଫିସ୍ କୁ ନେଇ ଉଭୟ ଅଭିଭାବକ ଓ ସ୍କୁଲ ପ୍ରଶାସନ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଏନେଇ ସ୍କୁଲ ଫିସ୍ ମାମଲା ସୁପ୍ରିମକୋର୍ଟରେ ପହଂଚିବା ପରେ ସୋମବାର ଏକ ରାୟ ଶୁଣାଇଛନ୍ତି କୋର୍ଟ । ସୁପ୍ରିମକୋର୍ଟ ରାଜସ୍ଥାନର ଏକାଡେମିକ୍ ସେସନ୍ ୨୦୨୦-୨୧ ରେ ସ୍କୁଲ ଫି ପ୍ରସଙ୍ଗରେ ଶୁଣାଣି କରି ସ୍କୁଲ ପ୍ରଶାସନ ଏବଂ ଅଭିଭାବକଙ୍କୁ ଅନେକ ନିର୍ଦ୍ଦେଶ ଦେଇଛନ୍ତି। ଘରୋଇ ବିଦ୍ୟାଳୟକୁ ୨୦୨୦-୨୧ ଏକାଡେମିକ୍ ସେସନ୍ ପାଇଁ ଛାତ୍ରମାନଙ୍କ ଠାରୁ ବାର୍ଷିକ ୧୫ ପ୍ରତିଶତ କମ୍ ଦେୟ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଯଦି କୌଣସି ଛାତ୍ର ଫିସ୍ ଦେଇ ପାରିବେ ନାହିଁ ତେବେ ଉକ୍ତ ଛାତ୍ରଙ୍କୁ ଭୌତିକ କିମ୍ବା ଭର୍ଚୁଆଲ ରୂପରେ ହେଉଥିବା ପାଠପଢା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାରଣ କରାଯାଇ ପାରିବ ନାହିଁ।

ସ୍କୁଲ ଫିସ୍ ମାମଲାରେ ରାଜସ୍ଥାନ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ଏକାଡେମିକ୍ ସେସନ୍ ୨୦୨୦-୨୧ ରେ ଛାତ୍ର କିମ୍ବା ଅଭିଭାବକମାନେ ୬ ଟି ସମାନ କିସ୍ତିରେ ଫିସ୍ ପ୍ରଦାନ କରିବେ। ଏହାସହ ସ୍କୁଲ ଗୁଡିକ ଯଦି ଆହୁରି ଅଧିକ ସ୍କୁଲ ଫିସ୍ ଛାଡ କରିବାକୁ ଚାହିଁବେ ତେବେ ସେ ଏହା କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ନିକଟରେ ଯେ, ଘରୋଇ ବିଦ୍ୟାଳୟଗୁଡ଼ିକ କେବଳ ୭୦ ପ୍ରତିଶତ ଟ୍ୟୁସନ ଫି ଆଦାୟ କରିବା ଉଚିତ ବୋଲି ରାଜସ୍ଥାନ ହାଇକୋର୍ଟ କହିଥିଲେ। ଏହାକୁ ପ୍ରତିବାଦ କରି ବିଦ୍ୟାଳୟଗୁଡ଼ିକ ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ପୂର୍ଣ୍ଣ ଫି ପାଇଁ ଆବେଦନ କରିଥିଲେ। ରାଜସ୍ଥାନ ହାଇକୋର୍ଟଙ୍କର ଏହି ନିଷ୍ପତ୍ତିକୁ ମଧ୍ୟ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି

Get real time updates directly on you device, subscribe now.