fbpx

ଗଣଶିକ୍ଷା ବିଭାଗର ସ୍କୁଲ ବନ୍ଦ ନିଷ୍ପତ୍ତିକୁ ଝଟକା: ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

ଭୁବନେଶ୍ୱର, ୪ା୫ (ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ବିଜ୍ଞପ୍ତି ରଦ୍ଦ ହୋଇଛି । ଗଣଶିକ୍ଷା ବିଭାଗ ତରଫରୁ ନିଆଯାଇଥିବା ନିଷ୍ପତ୍ତିକୁ ହାଇକୋର୍ଟ ରଦ୍ଦ କରିଦେଇଥିବା ଜଣାପଡ଼ିଛି । ୨୦ରୁ କମ୍ ଛାତ୍ରଛାତ୍ରୀ ପଢ଼ୁଥିବା ସ୍କୁଲକୁ ଅନ୍ୟ ସ୍କୁଲ ସହ ମିଶ୍ରଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଗତବର୍ଷ ମାର୍ଚ୍ଚ ମାସ ୧୧ ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଥିଲା । ତେବେ ଆଜି ରାଜ୍ୟ ସରକାରଙ୍କ ସ୍କୁଲ ବନ୍ଦ ବିଜ୍ଞପ୍ତିକୁ ହାଇକୋର୍ଟରେ ଝଟକା ଲାଗିଛି । ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ।

Get real time updates directly on you device, subscribe now.