fbpx

ସ୍ମିଥଙ୍କ ୫୭ , ଅଶ୍ୱିନଙ୍କୁ ୨ ୱିକେଟ: ୱାର୍ମଅପରେ ଭାରତ ସମ୍ମୁଖରେ ୧୫୩ ରନର ଲକ୍ଷ୍ୟ

ନୂଆଦିଲ୍ଳୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ୱାର୍ମଅପ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ୧୫୨ହରାଇ ରନ ସଂଗ୍ରହ କରିଛି । ଭାରତ ପକ୍ଷରୁ ଆର ଅଶ୍ୱିନ ଚମକ୍ରାର ବୋଲିଂ କରି ମାତ୍ର ୮ ରନ ବ୍ୟୟରେ ଦୁଇଟି ୱିକେଟ ନେଇଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ପକ୍ଷରୁ ଦୁଇ ଓପ୍ନର ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ମ୍ୟାଚର ଦ୍ୱିତୀୟ ଓଭରରେ ଅଶ୍ୱିନ ଲଗାତାର ବଲରେ ଡେଭିଡ ୱାର୍ଣ୍ଣର(୧) ଓ ମିଚେଲ ମାର୍ଶ(୦)ଙ୍କୁ ଆଉଟ କରିଥିଲେ । ଅଧିନାୟକ ଆରୋନ ଫିଞ୍ଚ ମଧ୍ୟ ବିଶେଷ କିଛି କରିବା ପୂର୍ବରୁ ୮ ରନ କରି ଜାଡେଜାଙ୍କ ଶିକାର ହୋଇଥିଲେ । ଚତୁର୍ଥ ୱିକେଟରେ ଗ୍ଲେନ୍ ମ୍ୟାକ୍ସୱେଲ(୩୭) ଓ ଷ୍ଟିଭେନ ସ୍ମିଥ୍ (୫୭)ଙ୍କ ମଧ୍ୟରେ ୬୧ ରନର ଭାଗିଦାରୀ ହୋଇଥିଲା । ଶେଷ ଆଡକୁ ମାର୍କସ ଷ୍ଟୋଇନିସ ୨୫ ବଲରୁ ଅପରାଜିତ ୪୧ ରନ କରିବାରୁ ଦଳ ୧୫୦ ରନ ପାର କରିଥିଲା । ଅଶ୍ୱିନ ମାତ୍ର ୮ ରନ ବ୍ୟୟରେ ଦୁଇଟି ୱିକେଟ ଅକ୍ତିଆର କରିଥିବା ବେଳେ ଭୁବନେଶ୍ୱର କୁମାର, ରାହୁଲ ଚହର ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.