fbpx

ଡେଙ୍ଗୁ ପାଇଁ ଆଣ୍ଟି ଭାଇରାଲ ଔଷଧ ତିଆରି କଲା CDRI: ୨୦ଟି ସହରରେ ହେବ ଟ୍ରାଏଲ

ନୂଆଦିଲ୍ଲୀ: ଡେଙ୍ଗୁ ରୋଗରେ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହେଉଥିବା ବେଳେ ଏହାର ରାମବାଣ ଚିକିତ୍ସା ବାହାର କରିଛନ୍ତି ବୈଜ୍ଞାନିକ । ଲକ୍ଷେ୍ନø ସ୍ଥିତ ସେଣ୍ଟ୍ରାଲ ଡ୍ରଗ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ( ସିଡିଆରଆଇ) ପକ୍ଷରୁ ଏହି ଆଣ୍ଟି ଭାଇରାଲ ଔଷଧ ତିଆରି କରାଯାଇଛି । ମୁମ୍ବାଇ ସ୍ଥିତ ଏକ ଫାର୍ମା କମ୍ପାନୀକୁ ଏହି ଔଷଧର ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ମିଳିଥିବା ଜଣାପଡିଛି । ଏହି ଫାର୍ମା କମ୍ପାନୀ ପକ୍ଷରୁ ଔଷଧର ମାନବ ପରୀକ୍ଷଣ କରାଯିବ ବୋଲି କୁହାଯାଇଛି । ୨୦ଟି ସହରରେ ଏହି ଔଷଧର ମାନବ ପରୀକ୍ଷଣ କରାଯିବ ।

ବିଭିନ୍ନ ବୃକ୍ଷରୁ ନିର୍ମାଣ କରାଯାଇଥିବା ଏହି ଔଷଧର ନାମ ଏକ୍ୟୁସିଏଚ୍ ରଖାଯାଇଛି । ପରୀକ୍ଷାଗାରରେ ଏହା ମୂଷାଙ୍କ ଉପରେ ପରୀକ୍ଷା କରାଯାଇଥିବା ବେଳେ ବର୍ତ୍ତମାନ ଏହାର ମାନବ ପରୀକ୍ଷଣ କରାଯିବ । କାନପୁର, ଲକ୍ଷେ୍ନø, ଆଗ୍ରା, ମୁମ୍ବାଇ, ଥାନେ, ପୁନେ, ଔରଙ୍ଗାବାଦ, ଅହମ୍ମଦାବାଦ, କୋଲକାତା, ବେଙ୍ଗାଲୁରୁଳ ମାଙ୍ଗାଲୋର, ବେଲଗାମ, ଚେନ୍ନାଇ, ଜୟପୁର, ଚଣ୍ଡୀଗଡ, ବିଶାଖାପଟ୍ଟନମ, କଟକ, ଖୋର୍ଦ୍ଧା ଓ ନାଥଦ୍ୱାର ପରି ୨୦ଟି ସହରର ବିଭିନ୍ନ ମେଡିକାଲ କଲେଜରେ ଏହି ଔଷଧର ମାନବ ପରୀକ୍ଷଣ କରାଯିବ । ଉତ୍ତର ପ୍ରଦେଶର ଗଣେଷ ଶଙ୍କର ବିଦ୍ୟାର୍ଥୀ ମେମୋରିଆଲ ମେଡିକାଲ କଲେଜ, କିଙ୍ଗ ଜର୍ଜସ ମେଡିକାଲ ୟୁନିଭରସିଟି, ସରୋଜିନୀ ନାଇଡୁ ମେଡିକାଲ କଲେଜରେ ଏହି ପରୀକ୍ଷଣ ହେବ । ପ୍ରତି ସେଣ୍ଟରରେ ୧୦୦ ଜଣ ଆକ୍ରାନ୍ତଙ୍କୁ ଏହି ଔଷଧ ଦ୍ୱାରା ଚିକିତ୍ସିତ କରାଯିବ ।

୧୮ ବର୍ଷରୁ ଅଧିକ ବୟସ୍କ ଆକ୍ରାନ୍ତଙ୍କୁ ଏହି ଟ୍ରାଏଲରେ ସାମିଲ କରାଯିବ ଏବଂ ଟେଷ୍ଟିଂର ୪୮ ଘଣ୍ଟା ପୂର୍ବରୁ ଆକ୍ରାନ୍ତଙ୍କ ନିକଟରେ ସଂକ୍ରମଣର ଲକ୍ଷଣ ରହିଥିବା ଆବଶ୍ୟକ । ହସ୍ପିଟାଲରେ ୮ ଦିନ ପାଇଁ ଆଡମିଟ କରାଯାଇ ଚିକିତ୍ସା କରାଯିବ ଯାହା ମଧ୍ୟରୁ ୭ ଦିନ ଏହି ଔଷଧ ପ୍ରଦାନ କରାଯିବ । ଔଷଧ ପ୍ରଦାନର ପରବର୍ତ୍ତୀ ୧୭ ଦିନ ଅବଜର୍ଭେସନରେ ରଖାଯିବ । ଏହା ସହିତ ଡେଙ୍ଗୁ ବ୍ୟତିତ ଅନ୍ୟାନ୍ୟ ଲକ୍ଷଣ ରହିଥିଲେ ତାର ଅଲଗାୂ ଚିକିତ୍ସା ମଧ୍ୟ କରାଯିବ ।

Get real time updates directly on you device, subscribe now.