fbpx

ମମିତାଙ୍କ ହତ୍ୟାକୁ ନେଇ ବିଜେପି-କଂଗ୍ରେସର ଟାର୍ଗେଟ୍, ଉତ୍ତରରେ କଡ଼ା ଜବାବ୍ ଦେଲା ବିଜେଡ଼ି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟାକୁ ନେଇ କୁହୁଳୁଛି ରାଜନୀତି । ମାମଲାରେ ବିଜେଡ଼ିକୁ ଟାର୍ଗେଟ କରିଛନ୍ତି ବିଜେପି ଓ କଂଗ୍ରେସ ନେତା । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଗିରଫକୁ ନେଇ ବିକ୍ଷୋଭ ପ୍ରଦର୍ଶନ ହେଉଛି । ଏହାକୁ ନେଇ କଡ଼ା ଜବାବ୍ ଦେଇଛି ବିଜେଡ଼ି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ପକ୍ଷରୁ କୁହାଯାଇଛି ଯେ, ‘ମମିତା ମେହେରଙ୍କ ପରିବାରକୁ ନ୍ୟାୟ ମିଳିବ । ଦୋଷୀଙ୍କୁ ନିଶ୍ଚୟ ଦଣ୍ଡ ମିଳିବ । ଜଣେ ୨ ଜଣ ଅଭିଯୁକ୍ତ ଧରାପଡିଛନ୍ତି । ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ପୋଲିସ ଧରି ସାରିଛି । ନେତା, ମନ୍ତ୍ରୀ କୌଣସି ଅନୁଷ୍ଠାନକୁ ଯିବା ନୂଆ କଥା ନୁହେଁ । କିଛି ଅପରାଧୀଙ୍କ ସହ ଫଟୋ ରହିବା ବଡ଼ କଥା ନୁହେଁ ।’

ଏହା ସହ ଉତ୍ତରପ୍ରଦେଶ ଘଟଣାକୁ ଉଦାହରଣ ଦେଇ କଟାକ୍ଷ କରିଛନ୍ତି ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ । ଚାଷୀଙ୍କ ଉପରକୁ ଗାଡ଼ି ଚଢ଼ାଇବା ଘଟଣାର ତଦନ୍ତ ଦାବି କାହିଁକି ହେଲାନି ବୋଲି ବିଜେପିକୁ ପଲଟା ପ୍ରଶ୍ନ କରିଛନ୍ତି ପ୍ରମିଳା । ମମିତା ହତ୍ୟା ମାମଲାରେ ବିଜେପି ଅଯଥାରେ ରାଜନୀତି କରୁଛି । ନବୀନ ସରକାରଙ୍କ ଉପରେ ଲୋକଙ୍କ ଭରସା ରହିଛି । ମମିତା ମାମଲାରେ ଯିଏ ବି ସମ୍ପୃକ୍ତି ଥିବ, ସେନେଇ କାର୍ଯ୍ୟାନୁଷ୍ଠାନ ହେବ । ମନ୍ତ୍ରୀ ଇସ୍ତଫା ଦେଇଦେଲେ ସମସ୍ୟାର ସମାଧାନ ହେବନି । ମନ୍ତ୍ରୀ ଇସ୍ତଫା ଦେଲେ ନ୍ୟାୟ ମିଳିବ କି ବୋଲି ପ୍ରମିଳା ପ୍ରଶ୍ନ କରିଛନ୍ତି । ଏହି ମାମଲାରେ ସେହି ଶିକ୍ଷାନୁଷ୍ଠାନକୁ ବିରୋଧୀ ନିନ୍ଦା ନ କରନ୍ତୁ । ସେ କଲେଜ ବଦ୍‌ନାମ ନ ହେଉ, ପିଲାଙ୍କ ଭବିଷ୍ୟତ ଅନ୍ଧାର ନ ହେଉ ବୋଲି ପ୍ରମିଳା କହିଛନ୍ତି ।

Get real time updates directly on you device, subscribe now.