fbpx

ହସ୍ପିଟାଲ ମଧ୍ୟରେ ପଶିଲା ବନ୍ୟାଜଳ; ୧୬ ରୋଗୀଙ୍କ ଅକାଳ ମୃତ୍ୟୁ

ନୂଆଦିଲ୍ଲୀ:କେନ୍ଦ୍ରୀୟ ମେକ୍ସିକୋରେ ପ୍ରବଳ ବର୍ଷା ସହିତ ବନ୍ୟା ଦେଖାଯାଇଛି । ଏଠାରେ ଏକ ହସ୍ପିଟାଲରେ ବନ୍ୟା ଜଳ ପ୍ରବେଶ କରିଛି । ଫଳରେ ୧୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି । ବନ୍ୟା ଯୋଗୁଁ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଯାଇଥିବା ନ୍ୟାସନାଲ ସୋସିଆଲ ସିକ୍ୟୁରିଟି ପ୍ରତିଷ୍ଠାନ ପକ୍ଷରୁ ଏହା କୁହାଯାଇଛି । ପ୍ରବଳ ବର୍ଷା ଯୋଗୁଁ ମଙ୍ଗଳବାର ବନ୍ୟା ପରିସ୍ଥିତି ଉପୁଜିଥିଲା । ବନ୍ୟା ଯୋଗୁଁ ହସ୍ପିଟାଲରେ ୧୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଗରୁତର ହୋଇଛନ୍ତି । ମେକ୍ସିକୋ ସହର ଠାରୁ ୧୦୦ କିଲୋମିଟର ଦୂରବର୍ତ୍ତୀ ଟୁଲାରେ ଏଭଳି ଅପ୍ରୀତିକର ଅଘଟଣ ଘଟିଛି ।

ଗଣମାଧ୍ୟମରେ ଖବର ପ୍ରଚାର ହେବା ପରେ ପ୍ରଶାସନର ଜରୁରୀକାଳୀନ ବିଭାଗ ଘଟଣାସ୍ଥଳରେ ପହଂଚି ରୋଗୀମାନଙ୍କୁ ଉଦ୍ଧାର କରିବା ସହିତ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ତରଫରୁ କୁହାଯାଇଛି ଯେ, ଏଠାରେ ୫୬ ଜଣ ରୋଗୀଙ୍କର ଚିକିତ୍ସା ଜାରି ରହିଥିଲା । ଏମାନଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ କୋଭିଡ ରୋଗୀ ଥିଲେ । ବନ୍ୟାରେ ୧୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

Get real time updates directly on you device, subscribe now.