fbpx

ବାହାନଗା ଟ୍ରେନ ଦୁର୍ଘଟଣା: ମୃତଦେହ ଚିହ୍ନଟ ନ ହେବାରୁ ଭୁବନେଶ୍ୱରକୁ ଆସିବ ୧୬୦ ଶବ

ବାଲେଶ୍ୱର: ବାହାନଗା ଷ୍ଟେସନ ନିକଟସ୍ଥ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୮୮ ଛୁଇଁଛି । ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ କିଛି ଶବକୁ ଭୁବନେଶ୍ୱର ଅଣାଯିବ । ମୃତକମାନଙ୍କ ମଧ୍ୟରେ ୧୬୦ ଜଣଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ । ସେମାନଙ୍କ ମୃତଦେହକୁ ଭୁବନେଶ୍ୱର ଅଣାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

ସେପଟେ ଅନ୍ୟ ମୃତଦେହ ମଧ୍ୟରୁ ୩୦/୪୦ ଜଣଙ୍କ ଶବ ଚିହ୍ନଟ ହୋଇ ସାରିଛି । ଦୁର୍ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକେ ସେମାନଙ୍କ ମୃତଦେହକୁ ଘରକୁ ନେଉଛନ୍ତି । କିନ୍ତୁ ଚିହ୍ନଟ ହୋଇ ନଥିବା ମୃତଦେହଗୁଡିକ ଭୁବନେଶ୍ୱରକୁ ଅଣାଯାଇ ଶବାଗାରରେ ରଖାଯିବ ବୋଲି ସୂଚନା ମିଳିଛି । ପରିବାର ଲୋକେ ନିଜ ଲୋକଙ୍କୁ ଚିହ୍ନଟ କରି ନ ନେବା ପର୍ଯ୍ୟନ୍ତ ଶବାଗାରରେ ସେମାନଙ୍କର ମୃତଦେହ ରଖାଯିବ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି । ବାଲେଶ୍ୱରରେ ସମସ୍ତ ଶବ ରକିବା ପାଇଁ ପର୍ଯ୍ୟାପ୍ତ ସ୍ଥାନ ନ ମିଳିବାରୁ ଏହାକୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ରାଜଧାନୀର ବିଭିନ୍ନ ହସ୍ପିଟାଲରେ ସେମାନଙ୍କ ଶବ ରଖାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ।

Get real time updates directly on you device, subscribe now.