fbpx

ବିସ୍କୁଟ- କ୍ଷୀର ସହିତ ଏସବୁ ଖାଦ୍ୟ ପିଲାଙ୍କୁ ଦେଉଥିଲେ ସାବଧାନ! ହୋଇପାରେ ଅନେକ ସମସ୍ୟା

ଆଜିକାଲି ଅନେକ ପିଲା ସ୍ୱାସ୍ଥ୍ୟକର ଖାଦ୍ୟ ପରିବର୍ତ୍ତେ ଜଙ୍କ ଫୁଡ ଖାଇବାକୁ ପସନ୍ଦ କରିଥାନ୍ତି । ଏଥିପାଇଁ ସେମାନେ ଜିଦି ମଧ୍ୟ କରନ୍ତି । ଯାହାଫଳରେ ପିତାମାତା ମାନେ ବେଳେ ବେଳେଏହି ଖାଦ୍ୟ ପିଲାମାନଙ୍କୁ ଦେଇଥାନ୍ତି । କିନ୍ତୁ ଏହି ଖାଦ୍ୟ ବାରମ୍ବାର ଖାଇବା ଦ୍ୱାରା ଏହା ପିଲାଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଫଳରେ ସେମାନଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ । ତେଣୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପିଲାମାନଙ୍କୁ ଏହି ଖାଦ୍ୟଠାରୁ ଦୂରେଇ ରଖିବାକୁ ପରାମର୍ଶ ଦେଇଥାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ସବୁ ଖାଦ୍ୟ ବିଷୟରେ ଯାହାକୁ ଛୋଟ ପିଲାମାନଙ୍କୁ ଦେବା ଆଦୌ ଉଚିତ୍ ନୁହେଁ ।

ପିଲାମାନଙ୍କୁ ଭୁଲରେ ଦିଅନ୍ତୁ ନାହିଁ ଏହି ଖାଦ୍ୟ:

ହ୍ୱାଇଟ୍ ବ୍ରେଟ: ସ୍ୱାସ୍ଥ୍ୟ ବିଶେଶଜ୍ଞମାନଙ୍କ ମତରେ ପିଲାମାନଙ୍କୁ ହ୍ୱାଇଟ୍ ବ୍ରେଡ ଦେବା ଉଚିତ୍ ନୁହେଁ । କାରଣ ଏଥିରେ ମଇଦା ବ୍ୟବହାର ହୋଇଥାଏ । ଏଥିସହିତ ଏହାକୁ ଅନେକ ଦିନ ଧରି ଭଲ ରଖିବା ପାଇଁ ସେଥିରେ ରାସୟନିକ ପଦାର୍ଥ ମଧ୍ୟ ବ୍ୟବହାର କରାଯାଇଥାଏ । ଯାହାକି ପିଲାଙ୍କ ସ୍ୱାସ୍ଥ୍ୟପାଇଁ କ୍ଷତି କାରକ ହୋଇଥାଏ । ଫଳରେ ପିଲାମାନଙ୍କ ଶରୀର କୁଣ୍ଡାଇ ହେବା ସହ ଆଲର୍ଜି ଭଲି ସମସ୍ୟା ମଧ୍ୟ ହେବାର ସମ୍ଭାବନା ଥାଏ । ତଣୁ ପିଲାମାନଙ୍କୁ ହ୍ୱାଇଟବ୍ରେଡ ଦିଅନ୍ତୁ ନାହିଁ ।

ଫଳଏବଂ ଦହି: ଫଳ ଏବଂ ଦହି ସ୍ୱାସ୍ଥ୍ୟପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଏଥିରେ ଥିବା ଭିଟାମିନସ୍ ପିଲାଙ୍କୁ ସୁସ୍ଥ ଏବଂ ମଜୁବୁତ ରଖିଥାଏ । କିନ୍ତୁ ଭୁଲରେ ବି ଫଳ ଏବଂ ଦହି ଏକା ସହିତ ପିଲାମାନଙ୍କୁ ଦିଅନ୍ତୁ ନାହିଁ । କାରଣ ଦହି ଏବଂ ଫଳ ଏକାସହିତ ଖାଇବା ଦ୍ୱାରା ଏକ ଟକ୍ସିନ୍ ନିର୍ଗତ ହୋଇଥାଏ । ଯାହାକି ପିଲାର ଖାଦ୍ୟ ନଳିକୁ ପ୍ରଭାବିତ କରିଥାଏ । ଫଳରେ ପେଟ ଜନିତ ସମସ୍ୟା ଦେଖାଦେଇଥାଏ । ତେଣୁ ପିଲାଙ୍କୁ ଯେତେବେଳେ ଫଳ ଦେଉଛନ୍ତି ତାର କିଛି ସମୟ ପରେ ଦହି ଦିଅନ୍ତୁ ।

କଞ୍ଚା କ୍ଷୀର ଏବଂ ପନିର: କଞ୍ଚା କ୍ଷୀର ଏବଂ ପନିରରେ ହାନିକାରକ ବ୍ୟାକ୍ଟେରିଆ ରହିଥାନ୍ତି । ଯାହାଫଳରେ ପିଲାକୁ କ୍ଷତିକାରକ ସଂକ୍ରମଣ ହେବା ପେଟ ଜନିତ ସମସ୍ୟା ମଧ୍ୟ ଦେଖାଦେଇଥାଏ । ତେଣୁ ପିଲାମାନଙ୍କୁ କଞ୍ଚା କ୍ଷୀର ଏବଂ ପନିର ଦିଅନ୍ତୁ ନାହିଁ ।

ବିସ୍କୁଟ, କେକ୍, ଚକୋଲେଟ୍: ଅନେକ ସମସୟରେ ଅବିଭାବକମାନେ ପିଲାମାନଙ୍କୁ ବିସ୍କୁଟ,ଚକୋଲେଟ୍ ଆଦି ଖାଇବାକୁ ଦେଇଥାନ୍ତି । କିନ୍ତୁ ପିଲାମାନଙ୍କୁ ଏହିପରି ଖାଦ୍ୟ ଦେବା ପୂର୍ବରୁ ଥରେ ଭାବିବା ଉଚିତ ଏହା ସେମାନଙ୍କ ଶରୀର ପାଇଁ କ୍ଷତିକାର ହୋଇଥାଏ । ଏପରି ଖାଦ୍ୟ ସେବନ କରିବା ଦ୍ୱାରା ଆଗାମୀ ଦିନରେ ପିଲାମନଙ୍କ ମଧ୍ୟରେ ମୋଟାପଣ, ଡାଇବେଟିସ୍, ହୃଦଘାତ ଜନିତ ସମସ୍ୟା ଦେଖାଦେଇଥାଏ । ତେଣୁ ପିଲାମାନଙ୍କୁ ଏହି ସବୁ ଖାଦ୍ୟ ଠାରୁ ଦୂରେଇ ରଖନ୍ତୁ ।

Get real time updates directly on you device, subscribe now.