fbpx

ଦୁନିଆର ସବୁଠାରୁ ଭୟଙ୍କର ଆଇଲ୍ୟାଣ୍ଡ, ଯେଉଁଠାରେ ୧,୬୦,୦୦୦ ରୋଗୀଙ୍କୁ ଏକାସାଙ୍ଗରେ ଜଳାଇ ଦିଆଯାଇଥିଲା

ନୂଆଦିଲ୍ଲୀ: ଦୁନିଆରେ ଏପରି କିଛି ରହସ୍ୟ ରହିଛି, ଯାହା ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ଖୁଲାସା ହୋଇନାହିଁ । ଏଥିରେ ଅନେକ ଦ୍ୱୀପ ବା ଆଇଲ୍ୟାଣ୍ଡର ନାଁ ବି ସାମିଲ ରହିଛି । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଏକ ଆଇଲ୍ୟାଣ୍ଡ ବିଷୟରେ, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେହି କାରଣ ଯୋଗୁଁ ରହସ୍ୟମୟ ଦ୍ୱୀପକୁ କାହାକୁ ବି ଯିବାକୁ ଅନୁମତି ଦିଆଯାଉ ନାହିଁ । ତାହା ହେଉଛି ଇଟାଲିର ପୋଭେଜ୍ଳିଆ ଆଇଲ୍ୟାଣ୍ଡ, ଯାହାକି ନିଜର ରହସ୍ୟକୁ ନେଇ ବେଶ ଜଣାଶୁଣା । ଏହି ଆଇଲ୍ୟାଣ୍ଡ ଇଟାଲୀର ଭେନିଓ ସହର ଓ ଲିଡୋ ମଧ୍ୟରେ ଭେନେଶିୟନରେ ରହିଛି ।

ଏହି ଆଇଲ୍ୟାଣ୍ଡର ରହସ୍ୟରୁ ପରଦା ଉଠାଇବାକୁ ଅନେକ ଲୋକ ସେଠାକୁ ଯାଇଥିଲେ, କିନ୍ତୁ ଆଜି ପର୍ଯ୍ୟନ୍ତ କେହିବି ସେଠାରୁ ଫେରିକି ଆସିନାହାନ୍ତି । ସେଠାରେ ଯିବା ଆସିବାକୁ ନେଇ ଇଟାଲୀ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏବେ ସେହି ଆଇଲ୍ୟାଣ୍ଡକୁ କେହି ଯାଇପାରିବେ ନାହିଁ ।

ଏହି ଆଇଲ୍ୟାଣ୍ଡ ବିଷୟରେ କୁହାଯାଉଛି ଯେ, ଶହ ଶହ ବର୍ଷ ପୂର୍ବେ ଇଟାଲୀରେ ପ୍ଲେଗ ମହାମାରୀ ଭୟଙ୍କର ଭାବେ ବ୍ୟାପିଥିଲା ଓତାହାର କୌଣସି ଚିକିତ୍ସା ବାହାରି ନଥିଲା । ଏଭଳି ପରିସ୍ଥିତିରେ ସରକାର ମଧ୍ୟ ନିଜ ଲୋକଙ୍କ ପାଇଁ ଚିନ୍ତାରେ ଥିଲେ । ମହାମାରୀ ଯେପରି ଅଧିକ ଭୟଙ୍କର ନହେଉ, ସେଥିପାଇଁ ସରକାର ପ୍ରାୟ ୧,୬୦,୦୦୦ ଆକ୍ରାନ୍ତଙ୍କୁ ସେହି ଆଇଲ୍ୟାଣ୍ଡକୁ ନେଇ ଜୀଅନ୍ତା ଜଳାଇଦେଇଥିଲେ । କିନ୍ତୁ କିଛି ପରେ ଦେଶରେ କଳା ଜ୍ୱର ନାମକ ଏକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଲା ।

ଏହାପରେ ସେହି ଲୋକଙ୍କ ଶବକୁ ବି ପୋଭେଜ୍ଳିଆ ଆଇଲ୍ୟାଣ୍ଡରେ ନେଇ ପୋତିଦେବାକୁ ସରକାର ନିଷ୍ପତ୍ତି ନେଇଥିଲେ । ସ୍ଥାନୀୟ ଲୋକମାନେ ବିଶ୍ୱାସ କରନ୍ତି ଯେ, ଏହି ଆଇଲ୍ୟାଣ୍ଡଟି ଅଭିଶାପିତ । କୁହାଯାଏ ସେହି ଲୋକମାନଙ୍କ ଆତ୍ମା ଏବେ ବି ସେଠାରେ ବୁଲନ୍ତି । ଅନେକ ଲୋକେ ସେଠାରେ ପ୍ରେତ, ଆତ୍ମାଙ୍କୁ ଦେଖିଥିବା ଦାବି କରିଛନ୍ତି । ଏହା ବ୍ୟତୀତ ସେଠାରୁ ବହୁତ ଅଜୀବ ସ୍ୱର ଶୁଣାଯାଉଥିବା ଦାବି କରାଯାଉଛି । ଏପରି ରହସ୍ୟମୟ ଘଟଣାକୁ ଦେଖି ସେଠାକୁ ଯିବା ଆସିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର ।

Get real time updates directly on you device, subscribe now.