fbpx

କୃଷକମାନଙ୍କ ପାଇଁ ଖୁସି ଖବର! ଏବେ ଅଧା ଟଙ୍କାରେ କିଣନ୍ତୁ ସାର, ମଞ୍ଜି ଓ ଟ୍ରାକ୍ଟର, ଜାଣନ୍ତୁ କିପରି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଚାଷୀଙ୍କ ଆକାଉଣ୍ଟରେ ଦଶମ କିସ୍ତି ଖୁବ୍ ଶୀଘ୍ର ଆସିବାକୁ ଯାଉଛି । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଦଶମ କିସ୍ତି ୧୫ ଡିସେମ୍ବର ସୁଦ୍ଧା ମିଳିପାରେ । କିନ୍ତୁ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଏହାର ଖୁଲାସା କରିନାହାଁନ୍ତି । ଦଶମ କିସ୍ତି ଜାରି କରିବା ସମୟରେ ସରକାର ଚାଷୀଙ୍କୁ ଦିଆଯାଉଥିବା ସହାୟତା ରାଶିକୁ ଦ୍ୱିଗୁଣିତ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ପ୍ରଧାନମନ୍ତ୍ରୀ କିଷାନ ଯୋଜନା ବ୍ୟତୀତ ଅନେକ ଯୋଜନା ରହିଛି, ଯାହାକି ଚାଷୀମାନଙ୍କୁ ସୁବିଧା ଦେଉଛି । ଆସନ୍ତୁ ଜାଣିବା କିଛି ଖାସ୍ ଯୋଜନା ବିଷୟରେ…

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା:
ଏହି ଯୋଜନା ଅଧୀନରେ ସରକାର କ୍ଷୁଦ୍ର ଚାଷୀଙ୍କୁ ଆର୍ôଥକ ସହାୟତା ପ୍ରଦାନ କରୁଛନ୍ତି । ଏହି ଯୋଜନାରେ ୨୦୦୦ ଟଙ୍କାର ୩ କିସ୍ତି ଅର୍ଥାତ୍ ୬୦୦୦ ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ପଠାଯାଉଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାର ୯ ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାସରିଛି । ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଆପଣ ବ୍ୟାଙ୍କ କିମ୍ବା ଡାକଘରେ ଏକ ଆକାଉଣ୍ଟ ଖୋଲି ସିଏସସିରେ ପଞ୍ଜୀକରଣ କରିପାରିବେ । ଏହା ବ୍ୟତୀତ ପିଏମ କିସାନ ମୋବାଇଲ ଆପରେ ମଧ୍ୟ ଆପଣ ପଞ୍ଜୀକରଣ କରିପାରିବେ ।

ପିଏମ ଫସଲ ବୀମା ଯୋଜନା:
ଦେଶରେ ଚାଷୀମାନଙ୍କୁ ବାତ୍ୟା, ବର୍ଷା, ମରୁଡ଼ି ଓ ଭୂକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ହୋଇଥିବା ଆର୍ଥିକ କ୍ଷତିରୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ଯଦି ଚାଷୀଙ୍କର ଫସଲ ନଷ୍ଟ ହୁଏ, ତେବେ ତାଙ୍କୁ ସରକାରଙ୍କ ପକ୍ଷରୁ ୪୦,୭୦୦ ଟଙ୍କା ଆର୍ଥିକ ସହାୟତା ମିଳିବ ।

କିଷାନ କ୍ରେଡିଟ୍ ଯୋଜନା:
ଏହି ଯୋଜନା ଅଧିନରେ ଚାଷୀମାନେ ମଞ୍ଜି, ସାର ଓ ୟୁରିଆ ଭଳି ଜିନିଷ କିଣିବା ପାଇଁ ଅତି ସହଜରେ ଋଣ ନେଇପାରିବେ । ଏଥିରେ ଚାଷୀମାନଙ୍କୁ ୪ ପ୍ରତିଶତ ସୁଧ ହାରରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିଥାଏ ।

କିଷାନ ଟ୍ରାକ୍ଟର ଯୋଜନା :
କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅଧୀନରେ ଚାଷୀଙ୍କୁ ଟ୍ରାକ୍ଟର କିଣିବାରେ ଅଧା ସବସିଡି ଦିଆଯାଉଛି । ଏହି ଯୋଜନାର ହିତାଧିକାରୀ ଚାଷୀଙ୍କୁ ଟ୍ରାକ୍ଟରର ଅଧା ମୂଲ୍ୟ ଦେବାକୁ ପଡିବ ଓ ବାକି ଅଧା ଟଙ୍କା ସରକାର ଦେବେ । ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁଥିଲେ ଆପଣଙ୍କ ପାଖରେ ଆଧାର କାର୍ଡ, ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍, ବ୍ୟାଙ୍କ ତଥ୍ୟ ଓ ଜମି କାଗଜପତ୍ର ରହିବା ଆବଶ୍ୟକ ।

Get real time updates directly on you device, subscribe now.