fbpx

ଇଣ୍ଡୋନେସିଆରେ ଫାଟିଲା ଜ୍ୱାଳାମୁଖୀ: ଜଳିଗଲେ ୧୩ ଜଣ, ଅନେକ ଲୋକ ନିଖୋଜ

ଇଣ୍ଡୋନେସିଆ: ପ୍ରକୃତି ଯେତେ ଭଲ ସେତିକି ଭୟାନକ ମଧ୍ୟ । କେତେବେଳେ ଏହି ସବୁଜିମା ଭରା ପ୍ରକୃତି ତାର କରାଳ ରୂପ ଦେଖାଇବ ତାହା କହିବା ମୁସ୍କିଲ୍ । ଇଣ୍ଡୋନେସିଆର ଜନବହୁଳ ଦ୍ୱୀପ ଜାୱାରେ ଜ୍ୱାଳାମୁଖୀ ଫାଟିବା ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ଅନ୍ୟପଟେ ୭ ଜଣ ନିଖୋଜ ହୋଇଯାଇଛନ୍ତି । ଅଧିକାରୀ ମାନେ ରବିବାର ଦିନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ପୂର୍ବ ଜାୱା ଅଞ୍ଚଳର ଲୁମାଗଞ୍ଜ ଜିଲ୍ଲାରେ ସେମେରୁ ପର୍ବତରେ ଜ୍ୱାଳାମୁଖୀ ଫାଟିବା ଫଳରେ ଆକାଶରେ ୪୦ ହଜାର ଫୁଟ୍ ଉଚ୍ଚତାରେ ପାଉଁଶର ଚାଦର ବିଛେଇ ହୋଇଯାଇଥିଲା । ଏହା ସହିତ ଗ୍ୟାସ୍ ଓ ଲାଭା ବହି ଭୁମି ଉପରକୁ ଚାଲି ଆସିଥିଲା । ଯାହାଫଳରେ ନିକଟରେ ଥିବା ଗାଁ ପ୍ରଭାବିତ ହୋଇଥିଲା ।

ତେବେ ଜିଲ୍ଲା ମୁଖ୍ୟ କହିଛନ୍ତି ଯେ, ଗ୍ୟାସ୍ ଓ ଧୁଆଁ କାରଣରୁ ଗାଁର ପରିବେଶ ଖରାପ ହୋଇଯାଇଛି । ଏଥିପାଇଁ ସେଠାରୁ ଅନେକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ଏହା ବ୍ୟତୀତ ସୂଚନା ମିଳିଛି ଯେ, ଏହତ ଜ୍ୱାଳାମୁଖୀ ଫାଟିବା ଫଳରେ ୧୩ ଜଣ ଗ୍ରାମବାସୀ ନିଆଁରେ ଜଳି ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ୯୦୦ରୁ ଅଧିକ ଲୋକ ଅସ୍ଥାୟୀ ସରକାରୀ ଆଶ୍ରୟ ସ୍ଥଳରେ ରହିଛନ୍ତି ।

Get real time updates directly on you device, subscribe now.