fbpx

Home Loan ନେବାକୁ ଚାହୁଁଛନ୍ତି କି, ଜାଣନ୍ତୁ କେଉଁ ବ୍ୟାଙ୍କ ଦେଉଛି କମ୍ ସୁଧ ଅଫର୍

ଆଜିକାଲିର ମହଙ୍ଗା ଯୁଗରେ ଘର କିଣିବା ଅଧିକାଂଶ ଲୋକଙ୍କ ପାଇଁ ଏକ ସ୍ୱପ୍ନ ପରି । ବିଶେଷ କରି ହୋମ୍ ଲୋନ୍ ନେବା ସମୟରେ ଭଲ ଅଫର, ସୁଧ ଦର, ସମୟସୀମା, ସର୍ତ୍ତାବଳୀ ଆଦି ବିଭିନ୍ନ ସମସ୍ୟା ସାମନାକୁ ଆସିଥାଏ । ତେବେ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ବିଭିନ୍ନ ବ୍ୟାଙ୍କ ତରଫରୁ ଅନେକ ସମୟରେ ଅଫରମାନ ପ୍ରଦାନ କରାଯାଇଥାଏ । ଆସନ୍ତୁ ଜାଣିବା ସେ ବିଷୟରେ ।

ୟୁନିୟନ ବ୍ୟାଙ୍କ: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଚାକିରି କରିଥିବା ଲୋକଙ୍କୁ ୬.୪ ପ୍ରତିଶତ ସୁଧରେ ହୋମ ଲୋନ ଦିଆଯାଇଥାଏ । ସେହିପରି ସ୍ୱରୋଜଗାରକ୍ଷମ ଲୋକଙ୍କ କ୍ଷେତ୍ରରେ ୬.୫ ପ୍ରତିଶତରୁ ସୁଧ ଆରମ୍ଭ ହୋଇଥାଏ । ତେବେ କମ ଦାମରେ ଲୋନ ପାଇବା ପାଇଁ ସିବିଲ ସ୍କୋର ୮୦୦ କିମ୍ବା ତା’ଠାରୁ ଅଧିକ ହେବା ଜରୁରୀ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।

ବ୍ୟାଙ୍କ ଅଫ୍ ବରୋଦା: ବ୍ୟାଙ୍କ ଅଫ୍ ବରୋଦା ତରଫରୁ ହୋମ ଲୋନ୍ ସୁଧର ଦର ୬.୫ ପ୍ରତିଶତରୁ ଆରମ୍ଭ ହୋଇଥାଏ । ଏହି ବ୍ୟାଙ୍କ ପକ୍ଷରୁ ୧୦ କୋଟି ପର୍ଯ୍ୟନ୍ତ ହୋମ୍ ଲୋନ୍ ପ୍ରଦାନ କରାଯାଇଥାଏ ।

ବ୍ୟାଙ୍କ ଅଫ ଇଣ୍ଡିଆ: ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୭୫୦ରୁ ଅଧିକ ସିବିଲ ସ୍କୋରଧାରୀଙ୍କୁ ୬.୫ ପ୍ରତିଶତ ସୁଧରେ ଲୋନ୍ ଦିଆଯାଇଥାଏ । ବ୍ୟାଙ୍କ ପକ୍ଷରୁ କରଜ ଦର ୧୫୦୦ରୁ ଆରମ୍ଭ କରି ୨୦ ହଜାର ପର୍ଯ୍ୟନ୍ତ ନିଆଯାଇଥାଏ । ଏଥିସହ ପ୍ରୋସେସିଂ ଫି ମଧ୍ୟ ଲାଗୁ ହୋଇଥାଏ ।

କୋଟାକ ମହିନ୍ଦ୍ରା ବ୍ୟାଙ୍କ: ଏହି ବ୍ୟାଙ୍କ ପକ୍ଷରୁ ବର୍ତ୍ତମାନ ଅଫର ଜାରି ରହିଛି । ଆସନ୍ତା ୧୦ ତାରିଖ ମଧ୍ୟରେ ୬.୫୫ ପ୍ରତିଶତ ସୁଧରେ ହୋମ ଲୋନ୍ ପ୍ରଦାନ କରାଯାଉଛି । ସ୍ୱରୋଜଗାରକ୍ଷମଙ୍କୁ ୬.୬ ପ୍ରତିଶତ ସୁଧରେ ଅଫର ଦିଆଯାଉଛି ।

ଆଇସିଆଇସିଆଇ ବ୍ୟାଙ୍କ: ଏହି ବ୍ୟାଙ୍କ ପକ୍ଷରୁ ଚାକିରି କରୁଥିବା ଲୋକଙ୍କୁ ୬.୭ ପ୍ରତିଶତ ସୁଧରେ ଲୋନ୍ ପ୍ରଦାନ କରାଯାଉଛି ।

Get real time updates directly on you device, subscribe now.