fbpx

ଅଶ୍ୱିନୀଙ୍କ ପାଇଁ ତାଲା ପଡ଼ିବାକୁ ଯାଉଛି ଏହି ଖେଳାଳିଙ୍କ କ୍ୟାରିୟର, ଜାଣନ୍ତୁ ସେ କିଏ?

ନୂଆଦିଲ୍ଲୀ: ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀଙ୍କ ବୋଲିଂର ଯାଦୁ ସାରା ଦୁନିଆ ଜାଣିଛି । ୪ ବର୍ଷର ବ୍ୟବଧାନ ପରେ ଚଳିତ ଟି-୨୦ ବିଶ୍ୱକପ ମାଧ୍ୟମରେ ଅଶ୍ୱିନୀ ଦଳକୁ ଫେରିଥିଲେ । ତେବେ ଅଶ୍ୱିନୀ ଆସିବା ପରେ ଆଉ ଜଣେ ଘାତକ ସ୍ପିନରଙ୍କର କ୍ୟାରିୟର ବର୍ବାଦ ହେବାକୁ ଯାଉଛି । ବିଶ୍ୱକପରେ ଅଶ୍ୱିନୀ ଭଲ ପ୍ରଦର୍ଶନ କରିବା ସହ ଜାରି ରହିଥିବା ନ୍ୟୁଜିଲାଣ୍ଡ ବିପକ୍ଷରେ ମଧ୍ୟ ନିଜର ଚକମା ଦେଖାଇ ଚାଲିଛନ୍ତି । ଗତ ୫ଟି ଟି-୨୦ରେ ସେ ୯ଟି ୱିକେଟ ହାସଲ କରି ଚୟନକର୍ତ୍ତାଙ୍କ ଗୁଡବୁକରେ ରହିଛନ୍ତି । ଅନ୍ୟପକ୍ଷରେ ଅଶ୍ୱିନୀ ବିଶ୍ୱକପରେ ସ୍ଥାନ ପାଇବା ପରେ କୁଲଦୀପ ଯାଦବଙ୍କୁ ସ୍ଥାନ ମିଳିନଥିଲା । ବର୍ତ୍ତମାନ କୁଲଦୀପଙ୍କ ଫେରିବା ଏକପ୍ରକାର ଆଶଙ୍କା ମଧ୍ୟକୁ ଠେଲି ହୋଇଯାଇଛି ।

କୁଲଦୀପ ଆଇପିଏଲରେ କୋଲକତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଛନ୍ତି । ଆଘାତଜନିତ କାରଣରୁ ସେ ଚଳିତ ଆଇପିଏଲରେ କୌଣସି ମ୍ୟାଚ ଖେଳିନଥିଲେ । ସେ ଭାରତ ପକ୍ଷରୁ ୨୧ଟି ଟି-୨୦ରେ ପ୍ରତିନିଧିତ୍ୱ କରି ୯ଟି ୱିକେଟ ନେଇଛନ୍ତି । ସେହିପରି ୬୫ଟି ଦିନିକିଆରେ ୧୦୭ଟି ଓ ୮ଟି ଟେଷ୍ଟରେ ୨୬ଟି ୱିକେଟ ହାସଲ କରିଛନ୍ତି । ଅଶ୍ୱିନୀଙ୍କ ଛଡ଼ା ଦଳରେ ରାହୁଲ ଚହର, ବରୁଣ ଚକ୍ରବର୍ତ୍ତୀଙ୍କ ପରି ଯୁବ ବୋଲର ସାମିଲ ହୋଇଗଲେଣି । ତେବେ ଏପରି ସ୍ଥିତିରେ କୁଲଦୀପଙ୍କ ଟିମ ଇଣ୍ଡିଆକୁ ପ୍ରତ୍ୟାବର୍ତ୍ତନ କରିବା ଏକପ୍ରକାର ଅସମ୍ଭବ ହୋଇପଡ଼ିଛି ।

Get real time updates directly on you device, subscribe now.