fbpx

ନିର୍ବାଚନ ଜିତିଲେ ମହିଳାଙ୍କୁ ମାସିକ ୨୫୦୦: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଦେଖନ୍ତୁ VIDEO

ନୂଆଦିଲ୍ଳୀ: ମହିଳାଙ୍କୁ ମାସକୁ ମିଳିବ ୨୫୦୦ ଟଙ୍କା । ରବିବାର ଏମିତି ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ବିଧାନସଭା ନିର୍ବାଚନରେ ଦଳ କ୍ଷମତାକୁ ଆସିଲେ ପ୍ରତି ମହିଳାଙ୍କୁ ଅଢେଇ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ଏମିତି କିଛି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ରବିବାର ଗୋଆରେ ଏମିତି କିଛି ପ୍ରତିଶ୍ରୁତି ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ । ଆସନ୍ତା ଫେବୃୟାରୀରେ ଗୋଆ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏମିତି ଘୋଷଣା କରିଛନ୍ତି କେଜ୍ରିୱାଲ ।

୪୦ ଆସନ ବିଶିଷ୍ଟ ଗୋଆରେ ବର୍ତ୍ତମାନ ବିଜେପି ସରକାର ରହିଛି । ଗୋଆକୁ ସ୍ୱଚ୍ଛ କରିବା ପାଇଁ ପ୍ରଥମେ ଭ୍ରଷ୍ଟ ନେତାଙ୍କୁ ଦୁରେଇବାକୁ ପଡିବ । ଆସନ୍ତା ନିର୍ବାଚନରେ ଯଦି ଆପ୍ କ୍ଷମତାକୁ ଆସେ ତେବେ ମହିଳା ସଶକ୍ତୀକରଣ ସହିତ ମାଗଣା ପାଣି ଏବଂ ବିଜୁଳି ମଧ୍ୟ ପ୍ରଦାନ କରାଯିବ । ଗୃହ ଆଧାର ଯୋଜନାରେ ଏହି ଅର୍ଥରାଶି ମହିଳାଙ୍କୁ ପ୍ରଦାନ କରାଯିବ । ଏହି ଯୋଜନାରେ ବର୍ତ୍ତମାନ ମାସିକ ୧୫୦୦ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ଏଥିରେ ୧୦୦୦ ଟଙ୍କା ବୃଦ୍ଧି ନେଇ କେଜ୍ରିୱାଲ ଘୋଷଣା କରିଛନ୍ତି । ଏହା ପୂର୍ବରୁ ପଞ୍ଜାବରେ ସରକାର ଗଠନ କଲେ ୧୮ ବର୍ଷରୁ ଉଦ୍ଧ୍ୱର୍ ସମସ୍ତ ମହିଳାଙ୍କୁ ୧୦୦୦ ଟଙ୍କାର ଭତ୍ତା ପ୍ରଦାନ ନେଇ ଘୋଷଣା କରିଥିଲେ ।

Get real time updates directly on you device, subscribe now.