fbpx

‘ଜୱାଦ’ ପ୍ରଭାବରେ ଆହୁରି ୧୨ ଘଣ୍ଟା ବର୍ଷିବ: ଆଇଏମଡି ଡିଜି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ଜୱାଦ ସମ୍ପର୍କରେ ତାଜା ଅପଡେଟ ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଅପରାହ୍ନ ସୁଦ୍ଧା ଅବପାତର ରୂପ ନେବ ବାତ୍ୟା ଜୱାଦ । ମଧ୍ୟରାତ୍ରୀ ସୁଦ୍ଧା ଜୱାଦ ପଶ୍ଚିମବଙ୍ଗରେ ପହଞ୍ଚିବ ବୋଲି ମୃତ୍ୟୁଞ୍ଜୟ କହିଛନ୍ତିି ।

ଏହା ସହ ସେ କହିଛନ୍ତି ଯେ, ‘ପୁରୀଠାରୁ ୭୦ କିମି ଦୂରରେ ଜୱାଦ କେନ୍ଦ୍ରୀଭୂତ ହୋଇଛି । ଆଉ ୩ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଅପରାହ୍ନ ସୁଦ୍ଧା ଅବପାତର ରୂପ ନେବ ଜୱାଦ । ଉତ୍ତର ଉତ୍ତରପୂର୍ବ ଦିଗକୁ ଗତି କରି ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବ । ରାତି ସୁଦ୍ଧା ୱେଳ ମାର୍କଡ ଲୋକ ପ୍ରେସର ହୋଇ ପଶ୍ଚିମବଙ୍ଗ ପହଞ୍ଚିବ । ଏହା ପ୍ରଭାବରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଭଦ୍ରକରେ ପ୍ରବଳ ବର୍ଷା ହୋଇଛି । ପାରାଦୀପରେ ୩ ଘଣ୍ଟା ମଧ୍ୟରେ ୫୬ ମିମି ବର୍ଷା ରେକର୍ଡ କରାଯାଇଛି । ବାତ୍ୟା ପ୍ରଭାବରେ ୧୨ ଘଣ୍ଟା ଯାଏଁ ବର୍ଷା ଜାରି ରହିବ । ୧୨ ଘଣ୍ଟା ପରେ ବର୍ଷା ପରିମାଣ କମିବ । ଦକ୍ଷିଣରୁ ଯାଇ ଉତ୍ତର ପୂର୍ବ ଓଡ଼ିଶାରେ ବର୍ଷା ବଢ଼ିବ । ଦକ୍ଷିଣ ଓଡ଼ିଶାରେ ଉପକୂଳ ଜିଲ୍ଲାରେ ୬ ଘଣ୍ଟା ଯାଏଁ ବର୍ଷା ହେବ । ବର୍ତ୍ତମାନ ୪୫ରୁ ୫୫ କିମି ବେଗରେ ପବନ ବହୁଛି । ରାତିରେ ପବନର ବେଗ କମି ୩୦ରୁ ୪୦ କିମି ରହିବ ।’

Get real time updates directly on you device, subscribe now.