fbpx

ସଂସଦ ଟିଭିରୁ ଇସ୍ତଫା ଦେଲେ ମହିଳା ସାଂସଦ: ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଲୀ: ସଂସଦ ଟିଭିରେ ଆଙ୍କର ଭାବରେ କାମ କରୁଥିବା ମହିଳା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିଛନ୍ତି । ଆସନ୍ତାମ ଶୀତକାଳୀନ ଅଧିବେଶନରୁ ପ୍ରିୟଙ୍କାଙ୍କୁ ସସପେଣ୍ଡ କରାଯାଇଥିବାରୁ ଏହାର ପ୍ରତିବାଦରେ ଏମିତି ପଦକ୍ଷେପ ନେଇଛନ୍ତି ପ୍ରିୟଙ୍କା । ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଅଶାଳୀନ ବ୍ୟବହାର ପ୍ରଦର୍ଶନ ପାଇଁ ପ୍ରିୟଙ୍କାଙ୍କ ସମେତ ୧୨ ଜଣ ସାଂସଦଙ୍କୁ ସସପେଣ୍ଡ କରାଯାଇଥିଲା । ଏହି ସାଂସଦ ମାନେ ଆସନ୍ତା ଅଧିବେଶନରେ ଅଂଶଗ୍ରହଣ କରି ପାରିବେ ନାହିଁ ।

ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କେୟା ନାଇଡୁଙ୍କ ନିକଟକୁ ପ୍ରିୟଙ୍କା ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ଲେଖିଥିବା ପତ୍ରରେ ପ୍ରିୟଙ୍କା ଲେଖିଛନ୍ତି ରାଜ୍ୟସଭାରୁ ନିଲମ୍ବିତ ହେବା ପରେ ଅତ୍ୟନ୍ତ କ୍ଷୋଭର ସହିତ ମୁଁ ଇସ୍ତଫା ପ୍ରଦାନ କରୁଛି । ସଂସଦ ଟିଭିର ଶୋ ମେରୀ କାହାନୀର ଆଙ୍କର ରହିଥିବା ପ୍ରିୟଙ୍କା କହିଛନ୍ତି ମୁଁ ଆଙ୍କର ଭାବରେ ଦାୟିତ୍ୱ ନିର୍ବାହ ପାଇଁ ପ୍ରତଶ୍ରୁତିବଦ୍ଧ ମାତ୍ର ମୋତେ ସଂସଦରେ ପ୍ରବେଶର ସୁଯୋଗ ମିଳୁନଥିବାରୁ ଓହରିବାକୁ ଶ୍ରେୟସ୍କର ମନେ କରୁଛି । ଉଲ୍ଲେଖଯୋଗ୍ୟ ଯେ, ନିଲମ୍ବିତ ହେବା ପରେ ଏହି ୧୨ ଜଣ ସାଂସଦ ସଂସଦ ବାହାରେ ଆନ୍ଦୋଳନରତ ଅଛନ୍ତି । ଏପରି ନିଲମ୍ବନକୁ ବିରୋଧୀ ଦଳ ପକ୍ଷରୁ ଅଗଣତାନ୍ତ୍ରିକ କୁହାଯିବା ସହିତ ସମାଲୋଚନା କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ସଂସଦର ପ୍ରଥମ ଦିନର କାର୍ଯ୍ୟକାଳରେ ୬ ଜଣ କଂଗ୍ରେସ ସାଂସଦ, ଟିଏମସି ଓ ଶିବସେନାର ୨ ଜଣ, ସିପିଆଇ ଓ ସିପିଏମର ଜଣେ ଲେଖାଏଁ ସାଂସଦଙ୍କୁ ନିଲମ୍ବନ କରାଯାଇଥିଲା ।

Get real time updates directly on you device, subscribe now.