fbpx

POST OFFICE ର ସୁପରହିଟ୍ ସ୍କିମ୍, ଗ୍ୟାରେଣ୍ଟି ରିଟର୍ଣ୍ଣ ସହ ସୁରକ୍ଷିତ ରହିବ ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ ପୋଷ୍ଟଅଫିସର କୌଣସି ନିବେଶ କରିବାକୁ ଚାହୁଛନ୍ତି । ତେବେ ଏହି ଖବର ଆପଣଙ୍କ ପାଇଁ କାମରେ ଆସିପାରେ । ପୋଷ୍ଟ ଅଫିସର ଯୋଜନାରେ ଆପଣଙ୍କ ଟଙ୍କା ସୁରକ୍ଷିତ ମଧ୍ୟ ରହିଥାଏ । ପୋଷ୍ଟ ଅଫିସ୍ ର କିଛି ଏମିତି ଯୋଜନା ରହିଛି ଯେଉଁଥିରେ ଆପଣ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଲକଇନ୍ କରପାରିବେ । ଯେଉଁଥିରେ ଆପଣଙ୍କୁ ନିଶ୍ଚିତ ରିଟର୍ଣ୍ଣ ମିଳିବ । ଆଜି ଆପଣଙ୍କୁ ଆମେ ପୋଷ୍ଟ ଅଫିସ୍ ର ଏମିତି କିଛି ସ୍କିମ୍ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାରା ଆପଣଙ୍କୁ ଅଳ୍ପ ସମୟ ମଧ୍ୟରେ ବି ବେଶ୍ ଭଲ ରିଟର୍ଣ୍ଣ ମିଳିବ । ପୋଷ୍ଟ ଅଫିସରେ ନିବେଶ କରିବାର ଆଉ ଏକ ଫାଇଦା ହେଉଛି ଆପଣଙ୍କୁ ଟ୍ୟାକ୍ସ ଛାଡ଼ର ମଧ୍ୟ ଫାଇଦା ମିଳିଥାଏ ।

ପୋଷ୍ଟ ଅଫିସ୍ ଟାଇମ ଡିପୋଜିଟ୍  (POTD)

ପୋଷ୍ଟ ଅଫିସ ଟାଇମ ଡିପୋଜିଟ୍ ଆକାଉଣ୍ଟ ଫିକ୍ସ ଡିପୋଜିଟ୍ ଭଳି ହୋଇଥାଏ । ଏହି ସ୍କିମରେ ଆପଣ ପୋଷ୍ଟ ଅଫିସ୍ ରେ ୧ବର୍ଷ ରୁ ୫ବର୍ଷ ପାଇଁ ଟଙ୍କା ଜମା କରାଇପାରିବେ । ଭଲ ରିଟର୍ଣ୍ଣ ଚାହୁଥିଲେ ୫ ବର୍ଷ ପାଇଁ ଟାଇମ ଡିପୋଜିଟରେ ନିବେଶ କରିବାକୁ ହେବ । ଏହି ସ୍କିମରେ ୬.୭ ପ୍ରତିଶତର ବାର୍ଷିକ ସୁଧ ମିଳିଥାଏ । ଏହି ସ୍କିମରେ ସର୍ବନିମ୍ନ ୧ ହଜାର ଟଙ୍କାରେ ଆପଣ ଖାତା ଖୋଲିପାରିବେ । ଏଥିଣେ ଇନକମ ଟ୍ୟାକ୍ସ ଛାଡ଼ ମଧ୍ୟ ସୁବିଧା ରହିଛି ।

ପୋଷ୍ଟ ଅଫିସ୍ ରେକରିଙ୍ଗ ଡିପୋଜିଟ୍ (RD)

୫ ବର୍ଷ ପାଇଁ ନିବେଶ କରିବାକୁ ଚାହୁଥିଲେ ପୋଷ୍ଟ ଅଫିସ୍ ରେକରିଙ୍ଗ ଡିପୋଜିଟ୍ ଅର୍ଥାତ୍ RDରେ ବର୍ତ୍ତମାନ ୫.୮ ପ୍ରତିଶତ ବାର୍ଷିକ ସୁଧ ଦିଆଯାଉଛି । ଏହି ସ୍କିମରେ ସର୍ବନିମ୍ନ ୧୦୦ ଟଙ୍କାରେ ଆକାଉଣ୍ଟ ଖୋଲାଇପାରିବେ । ସର୍ବାଧିକ ଜମାରାଶି ପାଇଁ କୌଣସି ସୀମା ନାର୍ହି ।

ପୋଷ୍ଟ ଅଫିସ ଏନଏସସି (NSC)

ପୋଷ୍ଟ ଅଫିସ୍ ର ନ୍ୟାସନାଲ ସେଭିଙ୍ଗ୍ସ ସାର୍ଟିଫିକେଟ୍ ରେ ସର୍ବନିମ୍ନ ୫ ବର୍ଷ ପାଇଁ ନିବେଶ କରିବାକୁ ହେବ । ଏଥିରେ ମଧ୍ୟ ବର୍ତମାନ ୬.୮ ପ୍ରତିଶତ ବାର୍ଷିକ ସୁଧ ଦିଆଯାଉଛି । ସର୍ବନିମ୍ନ ୧ ହଜାର ଟଙ୍କାରେ ଖାତା ଖୋଲାଯାଇପାରୁଥିବାବେଳେ ସର୍ବାଧିକ ରାଶିପାଇଁ କୌଣସି ସୀମା ନାହିଁ ।

 

Get real time updates directly on you device, subscribe now.