fbpx

୫ ଝିଅଙ୍କୁ ଧରି କୂଅକୁ ଡେଇଁପଡିଲା ମା’, ଜାଣନ୍ତୁ କାହିଁକି ନେଲେ ଏପରି ପଦକ୍ଷେପ

କୋଟା: ରାଜସ୍ଥାନର କୋଟାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି, ଯାହାକୁ ଆପଣଙ୍କୁ ମର୍ମାହତ କରିବ । ପାରିବାରିକ କଳହକୁ ଆଉ ସହିନପାରି ଜଣେ ମହିଳା କୂଅକୁ ଡ଼େଇ ଆତ୍ମହତ୍ୟା କରିଛନ୍ତି । ସେ ନିଜ ସହିତ ୫ ଝିଅଙ୍କୁ ନେଇ କୂଅକୁ ଡେଇଁପଡିଥିବା ଜଣାପଡିଛି । କୁହାଯାଉଛି ଯେ, ମହିଳା ଓ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେଉଥିଲା । ଏଥିରେ ବିରକ୍ତ ହୋଇ ମହିଳା ଜଣକ ଆତ୍ମହତ୍ୟାର ପଦକ୍ଷେପ ନେଇଛନ୍ତି ।

ମିଳିଥିବା ଖବର ମୁତାବକ, ଏହି ଘଟଣା କୋଟାର କାଳିଆଖୋଡି ବନଜାରାସର ଏକ ଗାଁରେ ଘଟିଛି । ସେଠାରେ ରହୁଥିବା ଶିବଲାଲ ଓ ତାଙ୍କ ପତ୍ନୀ ବାଦାମୀ ଦେବୀଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେଉଥିଲା । ଏଥିରେ ବିରକ୍ତ ହୋଇ ବାଦାମୀ ଦେବୀ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇଥିଲେ । ଶିବଲାଲଙ୍କ କହିବା ମୁତାବକ, ଘଟଣା ଦିନ ସେ ଦ୍ୱିପହ ୧୨ଟାରେ ଘର ବାହାରକୁ ଯାଇଥିଲେ । ସେ ସନ୍ଧ୍ୟା ସୁଦ୍ଧା ଫେରିନଥିଲେ । ରାତିରେ ହିଁ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିଲେ । ଯେଉଁ ସମୟରେ ବାଦାମୀ ଦେବୀ କୂଅକୁ ଡେଇଁଥିଲେ, ସେତେବେଳେ ତାଙ୍କର ୨ ଝିଅ ଯଥା ଅଞ୍ଜଳି ଓ ପୁନମ ଘର ବାହାରେ ଥିଲେ । ଫଳରେ ତାଙ୍କ ଜୀବନ ବଞ୍ଚିଯାଇଛି ।

Get real time updates directly on you device, subscribe now.