fbpx

ରାଜଧାନୀରେ ଆସନ୍ତା କାଲି ବନ୍ଦ ରହିବ ସ୍ୱାସ୍ଥ୍ୟସେବା: ଆନ୍ଦୋଳନରେ ଡାକ୍ତର, ଜାଣନ୍ତୁ କାରଣ

ନୂଆଦିଲ୍ଳୀ: ରାଜଧାନୀରେ ବ୍ୟାହତ ହେବ ସ୍ୱାସ୍ଥ୍ୟ ସେବା । ନିଟ୍ କାନସେଲିଙ୍ଗରେ ବିଳମ୍ବ ହେଉଥିବାରୁ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରେସିଡେଣ୍ଡ ଡାକ୍ତର । ଜାତୀୟ ରାଜଧାନୀ ନୂଆଦିଲ୍ଳୀରେ ଆସନ୍ତା ମଙ୍ଗଳବାର ସମସ୍ତ ସ୍ୱାସ୍ଥ୍ୟ ସେବା ବନ୍ଦ ରହିବା ନେଇ ଘୋଷଣା କରାଯାଇଛି । ସମସ୍ତ ରେସିଡେଣ୍ଟ ଡାକ୍ତରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ରେସିଡେଣ୍ଟ ଡାକ୍ତରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯିବା ଫଳରେ ସ୍ୱାସ୍ଥ୍ୟ ସେବା ଗଭୀର ଭାବରେ ପ୍ରଭାବିତ ହେବାର ଆଶଙ୍କା କରା ଯାଉଛି । ଫେଡେରେସନ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ (ଫୋରଡା) ପକ୍ଷରୁ ଆନ୍ଦୋଳନ ଡାକରା ଦିଆଯାଇଛି ।

ଫୋରଡାର ରାଷ୍ଟ୍ରୀୟ ସଞ୍ଜୁକ୍ତ ସଚିବ କୁଲ ସୌରଭ କୌଶିକଙ୍କ ପକ୍ଷରୁ କୁହାଯାଇଛି କି ସରକାର ଖାଲି ପଡିଥିବା ଡାକ୍ତର ପଦବୀ ତୁରନ୍ତ ପୂରଣ କରନ୍ତୁ । ଦିଲ୍ଲୀରେ ରହିଥିବା ୩ କେନ୍ଦ୍ରୀୟ ହସ୍ପିଟାଲର ଡାକ୍ତରମାନେ ଏହି ଧାରଣାରେ ସାମିଲ ହେଉଛନ୍ତି । ନିଟ୍ କାଉନସେଲିଂରେ ବିଳମ୍ବ କାରଣରୁ ନଭେମ୍ବର ୨୭ ତାରିଖରୁ ଓପିଡି ଚିକିତ୍ସା ମଧ୍ୟ ବନ୍ଦ ରହିଛି । ଏହାର ପ୍ରଭାବ ଚିକିତ୍ସା ସେବା ଉପରେ ପଡୁଥିବା ଦେଖିବାକୁ ମିଳିଛି । ବିଗତ ଦୁଇ ଦିନରେ ୪୦ ହସ୍ପିଟାଲରେ ପ୍ରାୟ ୮୦୦ରୁ ଅଧିକ ସର୍ଜରୀ ଋଦ୍ଦ ହୋଇଯାଇଛି ।

Get real time updates directly on you device, subscribe now.