fbpx

ଦିଲ୍ଲୀରେ ଚିହ୍ନଟ ଓମିକ୍ରନ ଆକ୍ରାନ୍ତଙ୍କଠାରେ ଦେଖାଦେଇଛି ଏହି ଲକ୍ଷଣ, LNJP ଏମଡିଙ୍କ ସୂଚନା

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ନିଜର କାୟା ବିସ୍ତାର କରିଛିି । ଏହି ଓମିକ୍ରନ ଭାରିଆଣ୍ଟ ରାଜଧାନୀ ଦିଲ୍ଲୀରେ ମଧ୍ୟ ପ୍ରବେଶ କରିଛି । ଦିଲ୍ଲୀରୁ ପ୍ରଥମ ମାମଲା ଚିହ୍ନଟ ପରେ ହଇଚଇ ସୃଷ୍ଟି ହୋଇଛି । ଏହି ମାମଲାକୁ ନେଇ ଏଲଏନଜେପି ମେଡିକାଲର ଏମଡି ଡାକ୍ତର ସୁରେଶ କୁମାର କହିଛନ୍ତି ଯେ, ଏହି ମାମଲା ୨ ଡିସେମ୍ବରରେ ଆସିଥିଲା । ସଂକ୍ରମିତ ବ୍ୟକ୍ତି ତାଞ୍ଜାନିଆରୁ ବିମାନ ଯାତ୍ରା କରି ଦିଲ୍ଲୀ ଆସିଥିଲେ । ଓମିକ୍ରନରେ ଚିହ୍ନ ବ୍ୟକ୍ତି କରୋନା ଟିକାର ୨ଟି ଯାକ ଡୋଜ୍ ନେଇଛନ୍ତି । ଏହା ସହିତ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ ଟ୍ରେସ୍ କରାଯାଉଛି । ଏହି କ୍ରମରେ ଭାରତରେ ଓମିକ୍ରନ ମାମଲାର ସଂଖ୍ୟା ବଢ଼ି ୫ ହୋଇଛି ।

ଦିଲ୍ଲୀ ଏଲଏନଜେପି ମେଡିକାଲର ଏମଡି ସୁରେଶ ପୁଣି କହିଛନ୍ତି ଯେ, ତାଞ୍ଜାନିଆରୁ ଫେରିଥିବା ଆକ୍ରାନ୍ତଙ୍କୁ ଦୁର୍ବଳତା, ଗଳା ଓ ଶରୀରରେ ଯନ୍ତ୍ରଣା ଅନୁଭବ ହେଉଥିଲା । କରୋନାର ୨ଟି ଯାକ ଡୋଜ୍ ନେଇଥିବାରୁ ତାଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା । ଏଲଏନଜେପିରେ ଭର୍ତ୍ତି ହୋଇଥିବା ସମସ୍ତ ୧୭ ଜଣ ଆକ୍ରାନ୍ତଙ୍କ ଅବସ୍ଥା ସ୍ଥିର ରହିଛି । ଆଜି ପୁଣି ୪ ଜଣ ଲୋକଙ୍କୁ ଭର୍ତ୍ତି କରାଯାଇଛି । ଓମିକ୍ରନ ମାମଲାର ଯାଞ୍ଚ କରିବାକୁ ଏକ ବିଶେଷ ଟିମ୍ ଗଠନ କରାଯାଇଛି ।

ତେବେ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ରଙ୍କ ସୂଚନା ମୁତାବକ, ‘ବିଦେଶ ଫେରନ୍ତା ୧୨ ଜଣଙ୍କର ନମୂନା ଜିନୋମ ସିକ୍ୱେନ୍ସିଂକୁ ପଠାଯାଇଥିଲା । ସେଥିରୁ ୧୧ ଜଣଙ୍କର ସାମାନ୍ୟ କରୋନା ଥିବା ଜଣାପଡିଥିବା ବେଳେ ଜଣଙ୍କର ରିପୋର୍ଟ ଓମିକ୍ରନ ପଜିଟିଭ୍ ବାହାରିଛି । ଏହି ବ୍ୟକ୍ତି ଜଣକ ଆଫିି୍ରକା ଦେଶରୁ ଭାରତକୁ ଆସିଥିଲେ । ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣଙ୍କର ନମୂନାକୁ ମଧ୍ୟ ଜିନୋମ ସିକ୍ୱେନ୍ସିଂକୁ ପଠାଯାଇଛି ।’

Get real time updates directly on you device, subscribe now.