fbpx

କେନ୍ଦ୍ରକୁ ସ୍ୱାସ୍ଥ୍ୟ ସଚିବଙ୍କ ଜବାବ: ଜାତୀୟ ହାରଠାରୁ ଓଡ଼ିଶାରେ ଅଧିକ ରହିଛି ଟେଷ୍ଟିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଟେଷ୍ଟିଂ କମିଥିବା ନେଇ ତାଗିଦ କରି ସ୍ୱାସ୍ଥ୍ୟ ସଚିବ ପତ୍ର ଲେଖିବା ପରେ ଏହାର ଗୋଟିଏ ଦିନ ପରେ ଉତ୍ତର ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ରାଜ କୁମାର ଶର୍ମା । ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଶର୍ମା । ଜାତୀୟ ହାର ତୁଳନାରେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଭଲ ରହିଛି । ସଂଦିଗ୍ଧ ସଂକ୍ରମିତଙ୍କ ନିୟମିତ ଟ୍ରାକିଂ ଜାରି ରହିଥିବା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ରାଜ୍ୟରେ ଟେଷ୍ଟିଂ ଧାର୍ଯ୍ୟ ଲକ୍ଷ୍ୟ ଅନୁଯାୟୀ ହେଉଛି । ଏପରିକି ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ଜାତୀୟ ହାର ଠାରୁ ଅଧିକ ରହିଛି । ବର୍ତ୍ତମାନ ବର୍ଷା କାରଣରୁ ଟେଷ୍ଟିଂ ସାମାନ୍ୟ କମିଛି । ନଭେମ୍ବର ମାସରେ ଦେଶରେ ପଜିଟିଭିଟି ରେଟ ୧.୧ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହା ୦.୪ ପ୍ରତିଶତ ରହିଛି । ଦେଶରେ ପ୍ରତି ୧ ଲକ୍ଷରେ ୨୬୮୫ ଜଣଙ୍କର ଟେଷ୍ଟ କରାଯାଉଥିବା ବେଳେ ରାଜ୍ୟରେ ଏହି ସଂଖ୍ୟା ୪୫୪୨ ରହିଛି । ଜାତୀୟ ସ୍ତରରେ କୋଭିଡ ମୃତ୍ୟୁ ହାର ୧.୩ ପ୍ରତିଶତ ରହିଥିବା ବେଳେ ରାଜ୍ୟରେ ଏହା ୦.୮ ପ୍ରତିଶତ ରହିଛି । ଏହି ପରିସଂଖ୍ୟାନ ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଚିଠିର ଜବାବ ରଖିଛନ୍ତି ରାଜ କୁମାର ଶର୍ମା ।

Get real time updates directly on you device, subscribe now.